Image Courtesy of Hindustan Times
ବେଜିଙ୍ଗ୍: ଭାରତ ଓ ଚୀନ୍ ମଧ୍ୟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା ନିୟମକୁ ଚୀନ୍ ସେନା ନିଷ୍ଠାପର ଭାବେ ମାନନ୍ତି ବୋଲି ସୋମବାର ଦିନ ଚୀନ୍ କହିଛି। ଏହାଛଡ଼ା ପାଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଚୀନ୍ର ସଶସ୍ତ୍ର ସୈନିକମାନେ ଅକାରଣରେ ସାମରିକ କାର୍ଯ୍ୟକଳାପ କରିଛନ୍ତି ବୋଲି ଭାରତୀୟ ସେନା ଦେଇଥିବା ମନ୍ତବ୍ୟକୁ ମଧ୍ୟ ଚୀନ୍ ଖଣ୍ଡନ କରିଛି।
ଭାରତୀୟ ସେନାର ବିବୃତି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍ର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ପିପୁଲ୍ସ୍ ଲିବରେସନ୍ ଆର୍ମିର ସୈନିକମାନେ କଦାପି ବାସ୍ତବ ନିୟନ୍ତ୍ରଣ ରେଖା ଟପି ନାହାନ୍ତି।
ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି, ଚୀନ୍ ସୀମାନ୍ତ ସୈନିକମାନେ ସର୍ବଦା ବାସ୍ତବ ନିୟନ୍ତ୍ରଣ ରେଖା ନୀତିର ଅନୁପାଳନ କରନ୍ତି। ସେମାନେ କଦାପି ରେଖା ଟପନ୍ତି ନାହିଁ। କ୍ଷେତ୍ର ବିଶେଷରେ ଉପୁଜୁଥିବା ସମସ୍ୟା ସଂକ୍ରାନ୍ତରେ ଦୁଇ ପକ୍ଷର ସୀମାନ୍ତ ସୈନିକମାନେ ନିବିଡ଼ ଆଲୋଚନା କରନ୍ତି।
Image Courtesy of Hindustan Timesନୂତନ ସମସ୍ୟା ସମାଧାନ ନିମନ୍ତେ କୌଣସି ବୈଠକ ଚାଲିଛି କି, ବୋଲି ପଚାରା ଯିବାରୁ ସେ କହିଲେ, ମୁଁ କହୁଛି ଯେ, ଦୁଇ ପକ୍ଷ କୂଟନୈତିକ ଓ ସାମରିକ ଚ୍ୟାନେଲ୍ ଜରିଆରେ ଉତ୍ତମ ଯୋଗସୂତ୍ର ରଖନ୍ତି। ନିର୍ଦ୍ଦିଷ୍ଟ କୌଣସି ବୈଠକ କିଂବା ଆଲୋଚନା ହେଉଥିଲେ ଆମେ ସମୟାନୁକ୍ରମେ ତା’ର ବିବୃତି ଦେବୁ।
ଆଜି ପୂର୍ବାହ୍ନରେ ଭାରତୀୟ ସେନା ଅଭିଯୋଗ କରିଥିଲା ଯେ, ଚୀନ୍ ସୈନିକମାନେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଉଦ୍ୟମ ଚଳାଇଥିଲେ। କିନ୍ତୁ, ଭାରତୀୟ ସେନା ଚୀନ୍ ସୈନିକମାନଙ୍କୁ ସେଭଳି କରିବାରେ ବାଧା ଦେବାରେ ସଫଳ ହୋଇଥିଲେ।
କ୍ଷେତ୍ରବିଶେଷରେ ସମସ୍ୟାର ସମାଧାନ ନିମନ୍ତେ ଚୁସ୍ହୁଲ୍ ଠାରେ ବ୍ରିଗେଡ୍ କମାଣ୍ଡର୍ସ୍ତରୀୟ ଫ୍ଲାଗ୍ ବୈଠକ ଚାଲିଛି।
Follow Us