ଊହାନ୍ ଲ୍ୟାବ୍‌ରେ କରୋନାଭାଇରସ୍ ମନୁଷ୍ୟକୃତ ବୋଲି ଦାବି କରିଥିବା ଚୀନା ଭୂତାଣୁବିତ୍ କହିଲେ, ଭୁଲ୍ ଲୁଚାଇବାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସମ୍ପୃକ୍ତ

Advertisment
ଊହାନ୍ ଲ୍ୟାବ୍‌ରେ କରୋନାଭାଇରସ୍ ମନୁଷ୍ୟକୃତ ବୋଲି ଦାବି କରିଥିବା ଚୀନା ଭୂତାଣୁବିତ୍ କହିଲେ, ଭୁଲ୍ ଲୁଚାଇବାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସମ୍ପୃକ୍ତ

Image Grabbed from Video

ନୂଆଦିଲ୍ଲୀ: ଚୀନା ଭୂତାଣୁବିତ୍ ଲି-ମେଙ୍ଗ୍ ୟାନ୍ ପୁନର୍ବାର ତାଙ୍କ ଦାବି ଉପସ୍ଥାପନ କରି କହିଛନ୍ତି ଯେ ଚୀନ୍ ଊହାନ୍ ପରୀକ୍ଷାଗାରରେ କରୋନାଭାଇରସ୍ ତିଆରି କରିଛି।

ନିକଟରେ ‘ୱିଅନ୍‌’ ସହ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ, କୋଭିଡ୍-୧୯ ବିସ୍ତାର କଥା ଚୀନ୍ ସରକାର ଜାଣିଥିଲେ ଏବଂ ଏ କଥା ଲୁଚାଇବାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମଧ୍ୟ ଉତ୍ତମ ଭୂମିକା ରହିଛି।

ଚୀନ୍‌ରୁ ପଳାୟନ କରିଥିବା ଭୂତାଣୁବିତ୍ ୟାନ୍ ସର୍ବସାଧାରଣରେ ଦାବି କରିଥିଲେ ଯେ, କରୋନାଭାଇରସ୍ ଊହାନ୍‌ ପରୀକ୍ଷାଗାରରେ ସୃଷ୍ଟି ହୋଇଛି ବୋଲି ତାଙ୍କ ପାଖରେ ପ୍ରମାଣ ଅଛି।

ୟାନ୍‌ କହିଛନ୍ତି, ଏହି ଭୂତାଣୁର ଉତ୍ପତ୍ତି ସ୍ଥଳ ବୋଲି ବିଚାର କରାଯାଉଥିବା ଊହାନ ଆମିଷ ବଜାର ହେଉଛି ଚୀନା କମ୍ୟୁନିଷ୍ଟ୍‌ ପାର୍ଟିର ଧୂମ୍ରାଭ ଆବରଣ ମାତ୍ର।

ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କର ଖ୍ୟାତି ବିବର୍ଣ୍ଣ କରିବାକୁ ଚୀନ୍ ସରକାର ସାମାଜିକ ଗଣମାଧ୍ୟମ ଜରିଆରେ ଉଦ୍ୟମ କରୁଛନ୍ତି। ଚୀନ୍‌ରେ ଥିବା ତାଙ୍କ ପରିବାରବର୍ଗଙ୍କୁ ଭୟଭୀତ କରିବାକୁ ସାଇବର୍ ଆକ୍ରମଣ ଚଳାଉଛନ୍ତି।

ନିକଟ ଅତୀତରେ ୟାନ୍‌ଙ୍କ ଟୁଇଟର୍ ଆକାଉଣ୍ଟ୍‌ ମଧ୍ୟ ବାତିଲ କରାଯାଇଥିଲା ବୋଲି ସେ କହିଛନ୍ତି।

ଚୀନ୍‌ ସରକାରଙ୍କ ଏହି ଗୋପନ କଥା ପ୍ରଘଟ କରିବା ସମୟରେ ଲି-ମେଙ୍ଗ୍ ୟାନ୍ ହଙ୍ଗ୍‌କଙ୍ଗ୍‌ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ୍‌ରେ ଜଣେ ବୈଜ୍ଞାନିକା ଭାବେ କାର୍ଯ୍ୟରତ ଥିଲେ ବୋଲି ‘ଆଇଟିଭି’ର ‘ଲୁଜ୍ ୱିମିନ୍’ ପୂର୍ବରୁ କହିଥିଲା। ହଙ୍ଗ୍‌କଙ୍ଗ୍‌ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ୍‌ରେ କାମ କରିବା ସମୟରେ ଡିସେମ୍ବର ୩୧ ତାରିଖରେ ଊହାନ୍‌ରେ ବ୍ୟାପୀଥିବା ‘ସାର୍ସ ଭଳି ଭାଇରସ୍’ ଉପରେ ତଦନ୍ତ କରିବାକୁ ପ୍ରଥମେ ତାଙ୍କ ସୁପରଭାଇଜର୍ ତାଙ୍କୁ କହିଥିଲେ। କିନ୍ତୁ, ପରେ ଲି’ଙ୍କ ଗବେଷଣାକୁ ପ୍ରକାଶ କରାଇ ଦିଆଯାଇ ନ ଥିଲା ଏବଂ ନିରବ ଓ ସତର୍କ ରହିବାକୁ କୁହାଯାଇଥିଲା।

publive-image Image Courtesy of DNA India

ସେ ଦାବି କରିଥିଲେ ଯେ, ମାରାତ୍ମକ କରୋନାଭାଇରସ୍ ଆମିଷ ବଜାର ନୁହେଁ, ଊହାନ୍ ସହରରେ ଥିବା ଭାଇରୋଲୋଜି ଲ୍ୟାବ୍‌ରେ ତିଆରି ହୋଇଥିବା ପ୍ରମାଣ ସେ ରଖିଛନ୍ତି। ୟୁ ଟ୍ୟୁବ୍‌ରେ ରିଲିଜ୍ ହୋଇଥିବା ଭିଡିଓରେ ସେ କହିଥିଲେ ଯେ, ଏହି ଭୂତାଣୁର ଜେନୋମ୍ ଅନୁକ୍ରମ ମାନବର ଟିପଚିହ୍ନ ପରି।

ଏକ ଆଲେଖ୍ୟରେ ଲି କହିଛନ୍ତି, ଏହି ତଦନ୍ତ ରିପୋର୍ଟ ଆଧାରରେ ଆପଣମାନେ ପ୍ରକୃତ ବିଷୟ ଜାଣିପାରିବେ। ଚୀନ୍‌ ଲ୍ୟାବ୍‌ରୁ ଏହି ଭୂତାଣୁ କିପରି ଆସିଛି ଲୋକମାନଙ୍କୁ ଜଣାଇବାକୁ ମୁଁ ଏହି ପ୍ରମାଣକୁ ବ୍ୟବହାର କରିବି। ଜୀବ ବିଜ୍ଞାନରେ ଜ୍ଞାନ ନ ଥିବା ଲୋକେ ବି ଏହାକୁ ପଢ଼ି ପାରିବେ ଏବଂ ନିଜେ ଯାଞ୍ଚ କରି ଚିହ୍ନଟ କରିବା ସହ ପାର୍ଥକ୍ୟ ଜାଣିପାରିବ‌େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe