ଚୀନା ଭିସା ଦୁର୍ନୀତି: କାର୍ତି ଚିଦମ୍ବରମ୍‌, ଭାସ୍କର ରମଣନ୍‌ ଓ ଅନ୍ୟମାନଙ୍କ ନାଁରେ ‘ପିଏମ୍‌ଏଲ୍‌ଏ’ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ଚୀନା ଭିସା ଦୁର୍ନୀତି: କାର୍ତି ଚିଦମ୍ବରମ୍‌, ଭାସ୍କର ରମଣନ୍‌ ଓ ଅନ୍ୟମାନଙ୍କ ନାଁରେ ‘ପିଏମ୍‌ଏଲ୍‌ଏ’ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

Image Courtesy of India Today

ନୂଆଦିଲ୍ଲୀ: ଚୀନା ଭିସା ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ କଂଗ୍ରେସ ସାଂସଦ କାର୍ତି ଚିଦମ୍ବରମ୍‌, ଭାସ୍କର ରମଣନ୍‌ ଏବଂ ଅନ୍ୟମାନଙ୍କ ନାମରେ ‘ପିଏମ୍‌ଏଲ୍‌ଏ’ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ‘ସିବିଆଇ’ ଫାଇଲ୍‌ କରିଥିବା ‘ଏଫ୍‌ଆଇଆର୍‌’ ବାବଦରେ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଅବଗତ ଅଛି।

ଅଳ୍ପ ସମୟ ପରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ତି ଓ ଅନ୍ୟମାନଙ୍କୁ ସମନ୍‌ କରିବ। ଆଜି କଂଗ୍ରେସ ସାଂସଦ କାର୍ତି ନୂଆଦିଲ୍ଲୀସ୍ଥିତ ‘ସିବିଆଇ’ ମୁଖ୍ୟାଳୟରେ ତଦନ୍ତରେ ଯୋଗ ଦେବାର ସମ୍ଭାବନା ରହିଛି। ଏହି ମାମଲାରେ ଆଗରୁ ‘ସିବିଆଇ’ କାର୍ତିଙ୍କ ଘନିଷ୍ଠ ସହଯୋଗୀ ଏସ୍‌. ଭାସ୍କର ରମଣନ୍‌ଙ୍କୁ ଗିରଫ କରିଥିଲା।

publive-image Image Courtesy of Indian Express

ସମ୍ବାଦ ସରବରାହ ସଂସ୍ଥାନ ‘ଏନ୍‌ଆଇ’ ସଂଗ୍ରହ କରିଥିବା ତଥ୍ୟ ଅନୁସାରେ, କାର୍ତିଙ୍କ ଜାମିନ ଆଦେଶ ସଂକ୍ରାନ୍ତରେ ଅଦାଲତଙ୍କ ଆଦେଶ ଅନୁସାରେ, ଭାରତରେ ପହଞ୍ଚିବାର ୧୬ ଘଣ୍ଟା ମଧ୍ୟରେ ସେ ‘ସିବିଆଇ’ରେ ହାଜର ହେବା କଥା। ସେଥିପାଇଁ ‘ସିବିଆଇ’ ତାଙ୍କୁ ସମନ୍ ଦେଇନାହିଁ। ଯଦି ସେ ହାଜର ନ ହୁଅନ୍ତି ତେବେ, ତଦନ୍ତରେ ଯୋଗ ଦେବା ନିମନ୍ତେ ଆମେ ତାଙ୍କ ନାଁରେ ସମନ୍‌ ଜାରି କରିପାରୁ।

ଭିସା ମାମଲାରେ ତାଙ୍କର ସମ୍ପୃକ୍ତି ନାହିଁ ବୋଲି ମଙ୍ଗଳବାର ଦିନ କାର୍ତି ଚିଦମ୍ବରମ୍‌ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଦୁଇ ସପ୍ତାହ ପୂର୍ବେ ଇଂଲଣ୍ଡ ଓ ୟୁରୋପ୍‌ ଆସିଥିବା ବେଳେ କରିଥିବା ଯୋଜନା ମୁତାବକ ଆଜି ମୁଁ ଘରକୁ ଫେରୁଛି। ଏହି ମନଗଢ଼ା ଅଭିଯୋଗରେ ମତେ ସମ୍ପୃକ୍ତ କରିବା ପାଇଁ ପୁଣି ଥରେ କେନ୍ଦ୍ର ସରକାର ତାଙ୍କର ଏଜେନ୍‌ସିମାନଙ୍କୁ ବ୍ୟବହାର କରୁଛି ବୋଲି ଅଦାଲତ ମତେ ଅବଗତ କରାଇ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe