Image Courtesy of Zee News
ନୂଆଦିଲ୍ଲୀ: ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ନେତା ଚିରାଗ ପାଶ୍ବାନ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶ ଦ୍ବିତୀୟ ଥର ପାଇଁ ଜନମତକୁ ଅସମ୍ମାନ କରିଛନ୍ତି ବୋଲି ଚିରାଗ କହିଛନ୍ତି ଏବଂ ବିହାରରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି। ବିଜେପିକୁ ସମର୍ଥନ କରି ଚିରାଗ କହିଛନ୍ତି, ନୀତୀଶ କୁମାର ଯାହା ଚାହିଥିଲେ ବିଜେପି ସେଥିରେ ହଁ ମାରିଥିଲା। ଏପରିକି ବିଜେପି ନିଜ ନୀତିରେ ସାଲିସ କରି ନୀତୀଶଙ୍କୁ ସମର୍ଥନ କରିଥିଲା। କିନ୍ତୁ ନୀତୀଶ ପୁଣିଥରେ ଜନମତକୁ ଅସମ୍ମାନ କରିଛନ୍ତି। ନୀତୀଶ ବିଶ୍ବସନୀୟତା ହରାଇଛନ୍ତି। ବିହାରରେ ରାଷ୍ଟ୍ରପତି ଶାସନ ପାଇଁ ଚିରାଗ ଦାବି କରିଛନ୍ତି। ଏଥିସହ ରାଜ୍ୟରେ ସଦ୍ୟ ନିର୍ବାଚନ ଦାବି କରିଛନ୍ତି।
Follow Us