ଦାଦା ପଶୁପତି ପାରସଙ୍କ ଶପଥକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କଲେ ଚିରାଗ

ଦାଦା ପଶୁପତି ପାରସଙ୍କ ଶପଥକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କଲେ ଚିରାଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଲୋକ ଜନଶକ୍ତି ପାର୍ଟିର ସାଂସଦ ପଶୁପତି ପାରସ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଆଜି ତାଙ୍କ ପୁତୁରା ତଥା ରାମବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନ ଦୃଢ ବିରୋଧ କରିଛନ୍ତି। ପଶୁପତି ପାରସଙ୍କୁ ଏଲଜେପି ସଂସଦୀୟ ଦଳର ନେତା ଭାବେ ସ୍ୱୀକୃତି ଦେବା ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଚିରାଗ ନିଜ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ଟୁଇଟ୍ କରିଛନ୍ତି। ସେ କହିଛନ୍ତି ଯେ ଦଳ ବିରୋଧୀ କାର୍ଯ୍ୟ ତଥା ଦଳର ଅଧ୍ୟକ୍ଷଙ୍କୁ ବିରୋଧ କରିଥିବାରୁ ତାଙ୍କୁ ଲୋକ ଜନଶକ୍ତି ପାର୍ଟିରୁ ବହିଷ୍କାର କରାଯାଇଛି।

ଆଉ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବାରୁ ଏହାକୁ ଦୃଢ ବିରୋଧ କରାଯାଉଛି ବୋଲି ଚିରାଗ ଟ୍ୱିଟ କରିଛନ୍ତି | ଦ୍ୱିତୀୟ ଟୁଇଟ୍‌ରେ ସେ ଲେଖିଛନ୍ତି ଯେ ଲୋକ ଜନଶକ୍ତି ପାର୍ଟି ଦ୍ୱାରା ଦଳରୁ ବହିଷ୍କୃତ ହୋଇଥିବାରୁ ଏବେ ସେ ଆଉ ଏଲଜେପିର ସାଂସଦ ନାହାନ୍ତି | ଆଉ ପଶୁପତି ଏଲଜେପିର ସଂସଦୀୟ ନେତା ଭାବେ ଯେଭଳି ନିଜକୁ ଉପସ୍ଥାପିତ କରୁଛନ୍ତି ତାହା ଗ୍ରହଣୀୟ ନୁହେଁ | ଲୋକସଭା ବାଚସ୍ପତିଙ୍କ ନିକଟରେ ତାଙ୍କ ନିଷ୍ପତ୍ତି ଉପରେ ସମୀକ୍ଷା ଆବେଦନ କରାଯାଇଛି ।

ଆଉ ଆଜି ସେ ମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି | ସୂଚନା ଥାଉ କି ଗତକାଲି ଚିରାଗ ପାଶୱାନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଯଦି ପଶୁପତି ପାରସଙ୍କୁ ଏଲଜେପି ସାଂସଦ ଭାବରେ କେନ୍ଦ୍ରରେ ମନ୍ତ୍ରୀ କରାଯାଏ, ତେବେ ସେ ଏହାକୁ ବିରୋଧ କରି କୋର୍ଟକୁ ଯିବେ। ଚିରାଗ କହିଛନ୍ତି ଯେ ସେ ଦଳର ଜାତୀୟ ସଭାପତି। ସେ ଦଳରୁ ପାଞ୍ଚ ଜଣ ବିଦ୍ରୋହୀ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏଭଳି ପରିସ୍ଥିତିରେ ପଶୁପତି ପାରସ ଜଣେ ଏଲଜେପି ସାଂସଦ ନୁହଁନ୍ତି ବରଂ ଜଣେ ସ୍ୱାଧୀନ ସାଂସଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe