ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ମୋଦୀଙ୍କ ବାର୍ତ୍ତା ପାଇ ଚିରାଗ ଉତ୍ସାହିତ

Advertisment
ଏନଡିଏ ବୈଠକରେ ଯୋଗ ଦେଇପାରନ୍ତି ଚିରାଗ ପାସୱାନ

The Financial Express

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନ ଶକ୍ତି (ଏଲଜେପି) ପାର୍ଟି ପ୍ରତି‌ଷ୍ଠାତା ରାମ ବିଳାସ ପାଶ୍ବାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିରାଗ ପାଶ୍ବାନଙ୍କ ସହିତ ଶନିବାର ଟେଲିଫୋନରେ କଥା ହୋଇଛନ୍ତି। ଏଥିସହିତ ଚିରାଗଙ୍କ ନିକଟକୁ ଏକ ଦୀର୍ଘ ବାର୍ତ୍ତା ପଠାଇଛନ୍ତି। ବାର୍ତ୍ତାରେ ପାଶ୍ବାନ ଦଳିତ ବର୍ଗର ଲୋକ ଓ ସମାଜ ପାଇଁ କରିଥିବା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଚିରାଗ ଟ୍ବିଟ୍ କରିଛନ୍ତି। ମୋଦୀଙ୍କ ବାର୍ତ୍ତା ତାଙ୍କୁ ଏକ ତାଙ୍କ ପରିବାରକୁ ଶକ୍ତି ଦେଇଛି ବୋଲି ଚିରାଗ କହିଛନ୍ତି। ପାଶ୍ବାନଙ୍କୁ ମୋଦୀ ଦେଶର ଏକ ମହାନ ସନ୍ତାନ, ବିହାରର ଗର୍ବ ଏବଂ ସାମାଜିକ ନ୍ୟା‌ୟ ବ୍ୟବସ୍ଥାର ଏକ ଦୃଢ଼ ସ୍ବର ବୋଲି ବର୍ଣ୍ଣନା କରିଛନ୍ତି। ବିହାରରେ ଦୁଇଟି ବିଧାନସଭା ଆସନ ପାଇଁ ନିକଟରେ ଉପନିର୍ବାଚନ ହେବ। ଏଥିପାଇଁ ଆରଜେଡି ସହିତ ଏଲଜେପି ହାତ ମିଳାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି ଦୁଇଟି ଯାକ ଆସନରେ ପୂର୍ବରୁ ଜେଡିୟୁ ଜିତିଛି। ଏଭଳି ସ୍ଥିତିରେ ଚିରାଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି ଅନେକ କିଛି ଗୁରୁତ୍ବ ରଖୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe