କଙ୍ଗନାଙ୍କୁ ବିଜେପିର ଚେତାବନୀ ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

Advertisment

କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ପ୍ରତିକ୍ରିୟା ଦେଇ କହିଛି, ‘ଏଥିରେ ଦଳର କିଛି ଅଂଶ ନାହିଁ ଭବିଷ୍ୟତରେ ଯେମିତି ଏପରି ବିବୃତ୍ତିର ପୁନରାବୃତ୍ତି ନହୁଏ’

କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ପ୍ରତିକ୍ରିୟା ଦେଇ କହିଛି, ‘ଏଥିରେ ଦଳର କିଛି ଅଂଶ ନାହିଁ ଭବିଷ୍ୟତରେ ଯେମିତି ଏପରି ବିବୃତ୍ତିର ପୁନରାବୃତ୍ତି ନହୁଏ’

123

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତାମତ ଦେଇଥାଆନ୍ତି। ନିକଟରେ ସେ କୃଷକ ଆନ୍ଦୋଳନ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଅଭିନେତ୍ରୀଙ୍କୁ ସମାଲୋଚନା କରାଯାଉଛି। 

କଙ୍ଗନା କୃଷକ ଆନ୍ଦୋଳନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ଏକ ବିବୃତ୍ତି ଜାରି କରି କହିଛି, "କଙ୍ଗନାଙ୍କ ଟିପ୍ପଣୀ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଏଥିରେ ଦଳର କୌଣସି ସମ୍ପୃକ୍ତି ନାହିଁ। ଭବିଷ୍ୟତରେ ସେ ଯେମିତି ଏପରି ବିବୃତ୍ତି ନ ଦେବେ ସେଥିପାଇଁ କଙ୍ଗନାଙ୍କୁ ଚେତାବନୀ ଦିଆଯାଇଛି।
ନିକଟରେ ହୋଇଥିବା କୃଷକଙ୍କ ଆନ୍ଦୋଳନ ସମୟରେ କଙ୍ଗନା ରାଣାୱତ ପ୍ରତିକ୍ରିୟା ଦେଇ କହିଥିଲେ,‘ପଞ୍ଜାବରେ କୃଷକ ଆନ୍ଦୋଳନ ନାମରେ  ହିଂସା ପ୍ରଚାର କରାଯାଉଛି। ସେଠାରେ ଲୋକଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଉଛି।’ 

ଏହି ଘଟଣାକୁ ନେଇ ଟିଭି ଚ୍ୟାନେଲର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଙ୍ଗନାଙ୍କ ବନ୍ଧୁ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ୍ କହିଛନ୍ତି,‘ କଙ୍ଗନା ନିଶ୍ଚିତ ଭାବରେ ମୋର ଜଣେ ଭଲ ବନ୍ଧୁ । ମୁଁ ଜାଣିଛି କଙ୍ଗନା ହେଉଛନ୍ତି ଜଣେ ଦୃଢ଼ଇଚ୍ଛାଶକ୍ତ ମହିଳା। ତେଣୁ ସେ ‌କୌଣସି ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଆଜି ଯେତେବେଳେ ସେ ରାଜନୀତି ଜଗତରେ ଅଛନ୍ତି, ତାଙ୍କୁ କିଛି ମନ୍ତବ୍ୟ ଦେବା ପୂର୍ବରୁ ଥରେ ଚିନ୍ତା କରି ଦେଖିନେବା ଉଚିତ। ତେବେ ମୁଁ ଏଥିରେ କୌଣସି ହସ୍ତକ୍ଷେପ କରୁନାହିଁ। ଏହା ହେଉଛି ଭାରତୀୟ ଜନତା ପାର୍ଟିର ନିଜସ୍ୱ ବିଷୟ।’

ଅଧିକପଢ଼ନ୍ତୁ ଦୁନିଆକୁ ଅଲବିଦା କହିଲେ ଟେଲିର ଲୋକପ୍ରିୟ ଅଭିନେତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe