ଦିଲ୍ଲୀରେ ଚିରାଗଙ୍କ ଶକ୍ତି ପ୍ରଦର୍ଶନ, ବିହାରର ସବୁ ଜିଲ୍ଲାରେ ଆଶୀର୍ବାଦ ଯାତ୍ରା କରିବାକୁ ଘୋଷଣା

ଦିଲ୍ଲୀରେ ଚିରାଗଙ୍କ ଶକ୍ତି ପ୍ରଦର୍ଶନ, ବିହାରର ସବୁ ଜିଲ୍ଲାରେ ଆଶୀର୍ବାଦ ଯାତ୍ରା କରିବାକୁ ଘୋଷଣା

photo-ANI

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (ଏଲଜେପି) ର ପ୍ରକୃତ ଉତ୍ତରାଧିକାରୀ କିଏ ହେବେ, ତାହା ବୋଧହୁଏ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ଥିର ହେବ। ତେବେ ଆଜି ଚିରାଗ ପାସୱାନ ଦିଲ୍ଲୀ ବାସଭବନରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି | ଆଜି ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରି ଚିରାଗ କହିଥିଲେ ଯେ ତାଙ୍କ କକେଇ ପାରସଙ୍କ ଦାବି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ସେ କହିଛନ୍ତି ଯେ ଅଧିକାଂଶ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ତାଙ୍କ ସହ ଅଛନ୍ତି ଏବଂ ସେ ଦଳର ରାଷ୍ଟ୍ରୀୟ ସଭାପତି ତଥା ସଂସଦୀୟ ବୋର୍ଡର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି।

ଶନିବାର ସନ୍ଧ୍ୟାରେ ଚିରାଗ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ମଧ୍ୟ ଏହି ପ୍ରସଙ୍ଗରେ କଥା ହୋଇଥିଲେ। ବର୍ତ୍ତମାନ ତାଙ୍କ ଦଳ ନିର୍ବାଚନ ଆୟୋଗଙ୍କ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଏହି କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ବୈଠକକୁ ନେଇ ପାରସ କହିଛନ୍ତି ଯେ ଏହି ବୈଠକ ଡାକିବାର ଅଧିକାର ଚିରାଗଙ୍କର ନାହିଁ। ଦଳର ସମ୍ବିଧାନ ଅନୁଯାୟୀ ସେ ହେଉଛନ୍ତି ଜାତୀୟ ସଭାପତି । ବର୍ତ୍ତମାନ ଦଳର ଷୋହଳ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟନିର୍ବାହୀ ଗଠନ କରାଯାଇଛି।

ଅନ୍ୟପଟେ ଚିରାଗ ଆଜି ଘୋଷଣା କରିଛନ୍ତି ଯେ ବାପା ରାମବିଳାସ ପାଶୱାନଙ୍କ ଶ୍ରାଦ୍ଧବାର୍ଷିକୀ ଆସନ୍ତା ଜୁଲାଇ ୫ ତାରିଖରେ ପଡୁଥିବାବେଳେ ମୋ ବାପା ଏବଂ କକେଇ ଆଉ ମୋ ସହିତ ନାହାଁନ୍ତି | ତେଣୁ ଆମେ ୫ ଜୁଲାଇରୁ ହାଜିପୁରରୁ ଏକ 'ଆଶୀର୍ବାଦ ଯାତ୍ରା' ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ଯାତ୍ରା ବିହାରର ସମସ୍ତ ଜିଲ୍ଲା ଦେଇ ଗତି କରିବ, କାରଣ ଆମକୁ ଲୋକଙ୍କଠାରୁ ଅଧିକ ଭଲପାଇବା ଏବଂ ଆଶୀର୍ବାଦ ଦରକାର |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe