ସରକାର ଗଠନ ହେଲେ ଦୁର୍ନୀତିର ଯାଞ୍ଚ କରାଯିବ, ନୀତିଶ ଜେଲ ଯିବେ : ଚିରାଗ ପାଶୱାନ

Advertisment
ସରକାର ଗଠନ ହେଲେ ଦୁର୍ନୀତିର ଯାଞ୍ଚ କରାଯିବ, ନୀତିଶ ଜେଲ ଯିବେ : ଚିରାଗ ପାଶୱାନ

photo-indiatoday

ଔରାଙ୍ଗବାଦ: ବିହାର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଦିନକୁ ଦିନ ପାଖେଇ ଆସୁଥିବାବେଳେ ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଅଧିକ ସମାଲୋଚନା କରୁଛନ୍ତି | ଆଜି ଔରାଙ୍ଗବାଦରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ ନୀତିଶ ସରକାରଙ୍କ ତ୍ରୁଟି ବିଷୟରେ ଆଲୋକପାତ କରିଥିଲେ। ଏଥି ସହ ସେ କହିଛନ୍ତି ଯେ ବିହାରରେ ଏକାକୀ ନିର୍ବାଚନ ଲଢ଼ିବାକୁ କେହି ସାହସ କରିନାହାଁନ୍ତି, କିନ୍ତୁ ମୁଁ ବିହାରରେ ଏକାକୀ ନିର୍ବାଚନ ଲଢ଼ୁଛି ।

ଚିରାଗ ପାଶୱାନ କହିଛନ୍ତି ଯେ ଯଦି ଆମ ସରକାର ଗଠନ ହୁଏ ତେବେ ଆମେ ସବୁ ଦୁର୍ନୀତି ବାବଦରେ ଅନୁସନ୍ଧାନ କରିବୁ ଓ ସମସ୍ତଙ୍କୁ ଜେଲ ଯିବାକୁ ପଡିବ | ମୁଖ୍ୟମନ୍ତ୍ରୀ (ନୀତିଶ କୁମାର)ଙ୍କର ମଧ୍ୟ ଦୁର୍ନୀତି ବାବଦରେ ତଦନ୍ତ ହେବ ଏବଂ ସେ ମଧ୍ୟ ଜେଲ ଯିବେ । ସେ କହିଛନ୍ତି ଯେ ବିଜେପିର ପ୍ରାର୍ଥୀମାନେ ଯେଉଁଠାରେ ଅଛନ୍ତି, ସେଠାରେ ଆମର କର୍ମୀଙ୍କୁ କୁହାଯାଇଛି ଯେ ବିଜେପିକୁ ସାହାଯ୍ୟ କରିବାକୁ ପଡିବ।

ବର୍ତ୍ତମାନ କେବଳ ଏକମାତ୍ର ପ୍ରସଙ୍ଗ ହେଉଛି ଯେ ନୀତିଶ କୁମାର ଯେଭଳି ମୁଖ୍ୟମନ୍ତ୍ରୀ ନ ହୁଅନ୍ତୁ ଏବଂ ଏହା ନିଶ୍ଚିତ ଯେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଚିରାଗ ପାଶୱାନ କହିଛନ୍ତି ଯେ ନୀତିଶ ଯୁବକମାନଙ୍କୁ ଭଲ ଶିକ୍ଷା ଦେବାକୁ ଚାହାଁନ୍ତି ନାହିଁ | କାରଣ ସେ ଜାଣନ୍ତି ଯେ ଯଦି ଯୁବକମାନେ ଶିକ୍ଷିତ ହୁଅନ୍ତି, ତେବେ ସେମାନେ ପ୍ରଶ୍ନ କରିବେ | ସେ କେବଳ ଜାତି ନାମରେ ରାଜନୀତି କରନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe