chirag paswan: ଚିରାଗଙ୍କ ଚମତ୍କାର ପ୍ରଦର୍ଶନ: ବାପାଙ୍କୁ ବି ଟପିଗଲେ

Advertisment

ଚଳିତ ବର୍ଷର ବିହାର ବିଧାନସଭା ନିର୍ବାଚନ ଏନ୍‌ଡିଏର ବିପୁଳ ବିଜୟ ଏବଂ ଜେଡିୟୁ-ବିଜେପି ମେଣ୍ଟର ବିଶାଳ ସଫଳତା ପାଇଁ ମନେ ରହିବ। ତେବେ ଜଣେ ଯୁବ ନେତା ଚିରାଗ ପାସୱାନ ତାଙ୍କ ବାପା ସ୍ବର୍ଗତ ରାମ ବିଳାସ ପାସୱାନଙ୍କ ପରେ....

ଚଳିତ ବର୍ଷର ବିହାର ବିଧାନସଭା ନିର୍ବାଚନ ଏନ୍‌ଡିଏର ବିପୁଳ ବିଜୟ ଏବଂ ଜେଡିୟୁ-ବିଜେପି ମେଣ୍ଟର ବିଶାଳ ସଫଳତା ପାଇଁ ମନେ ରହିବ। ତେବେ ଜଣେ ଯୁବ ନେତା ଚିରାଗ ପାସୱାନ ତାଙ୍କ ବାପା ସ୍ବର୍ଗତ ରାମ ବିଳାସ ପାସୱାନଙ୍କ ପରେ....

Chirag Paswan

Chirag Paswan Photograph: (@iChiragPaswan)

ନୂଆଦିଲ୍ଲୀ: ଚଳିତ ବର୍ଷର ବିହାର ବିଧାନସଭା ନିର୍ବାଚନ ଏନ୍‌ଡିଏର ବିପୁଳ ବିଜୟ ଏବଂ ଜେଡିୟୁ-ବିଜେପି ମେଣ୍ଟର ବିଶାଳ ସଫଳତା ପାଇଁ ମନେ ରହିବ। ତେବେ ଜଣେ ଯୁବ ନେତା ଚିରାଗ ପାସୱାନ ତାଙ୍କ ବାପା ସ୍ବର୍ଗତ ରାମ ବିଳାସ ପାସୱାନଙ୍କ ପରେ ନିଜକୁ ଯେଭଳି ପ୍ରତିଷ୍ଠିତ କରାଇ ପାରିଛନ୍ତି ସେଥିପାଇଁ ମଧ୍ୟ ଚଳିତ ନିର୍ବାଚନ ମନେ ରହିବ।  ଚଳିତ ନିର୍ବାଚନରେ ଚିରାଗ ପାଶ୍ବାନଙ୍କ ଚମତ୍କାର ପ୍ରଦର୍ଶନ ସ୍ପଷ୍ଟ ସୂଚାଉଛି ଯେ ଚିରାଗ ତାଙ୍କ ବାପାଙ୍କୁ ମଧ୍ୟ ରାଜନୀତିରେ ଟପି ଯାଇଛନ୍ତି।  ଏନ୍‌ଡିଏ ମେଣ୍ଟରେ ଦଳ ପାଇଁ ୨୯ଟି ଆସନ ଦାବି କରିଥିବା ଚିରାଗ ନିଜକୁ ଅତ୍ୟନ୍ତ ଭଳଭାବେ ପ୍ରମାଣିତ କରିପାରିଛନ୍ତି।

ଚିରାଗଙ୍କ ଦଳ ଲୋକ ଜନଶକ୍ତ ପାର୍ଟି (ରାମ ବିଳାସ) ଲଢ଼ିଥିବା ୨୯ ଆସନରୁ ୧୯ ଆସନରେ ଆଗୁଆ ରହିଛି। ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଚିରାଗ ପାସୱାନଙ୍କ ଦଳ ଲଢ଼ିଥିବା ସମସ୍ତ ୫ ଆସନରେ ଜିତିଥିଲା। ଉଲ୍ଲେଖଯୋଗ୍ୟ, ୨୦୨୦ରେ ଜେଡିୟୁ ମୁଖ୍ୟ ନୀତୀଶଙ୍କ ସହ ମତଭେଦ ପାଇଁ ତତ୍କାଳୀନ ଏଲ୍‌ଜେପି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲା। କିନ୍ତୁ ଦଳ ଲଢ଼ିଥିବା ୧୩୦ ଆସନରୁ ମାତ୍ର ଗୋଟିଏରେ ଜିତି ପାରିଥିଲା। ଅନେକ ରାଜନୈତିକ ବିଶ୍ଳେଷକ ଭାବିଥିଲେ ଯେ ଚିରାଗ  ତାଙ୍କ ବାପାଙ୍କ ରାଜୈନତିକ ସାମ୍ରାଜ୍ୟକୁ ଆଗକୁ ବଢ଼ାଇ ପାରିବେନି। ଏବେ ଚିରାଗ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ଉଲ୍ଲେଖଯୋଗ୍ୟ,  ଚିରାଗଙ୍କ ପିତା ରାମ ବିଳାସ ପାସୱାନଙ୍କୁ ବିହାର ରାଜନୀତିରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ବୋଲି ବିବେଚନା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe