ସୁପ୍ରିମକୋର୍ଟରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତି ମାମଲାର ଶୁଣାଣି: ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ପ୍ରସ୍ତାବ ରଖିଲା କେନ୍ଦ୍ର

Advertisment

ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୦ରେ

ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୦ରେ

ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି

ନୂଆଦିଲ୍ଲୀ : ଓଡ଼ିଶାରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତିକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ପିନାକ ପାଣି ମହାନ୍ତିଙ୍କ ଦ୍ବାରା ଦାଖଲ ଜନସ୍ବାର୍ଥ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ବିଚାରପତି ଜଷ୍ଟିସ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ ସି.ଟି ରବିକୁମାରଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିବା ‌େବଳେ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଛନ୍ତି।

ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର୍‌ ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ଉପସ୍ଥାପନ କରିଥିଲେ। ସଲିସିଟର୍‌ ଜେନେରାଲ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି। ସେବି ଓ ସାହାରା ଆକାଉଣ୍ଟରେ ୨୩ ହଜାର ୯୩୭ ‌କୋଟି ଟଙ୍କା ରହିଛି। ସେହି ଆକାଉଣ୍ଟରୁ ୫ ହଜାର କୋଟି ଟଙ୍କା ସେଣ୍ଟ୍ରାଲ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି (ସିଆ୍‌ରସିଏସ୍‌)କୁ ପ୍ରଦାନ କରାଯାଉ। ଯାହାକି କ୍ଷୁଦ୍ର ଜମାକାରୀଙ୍କ ପାଇଁ ଉପଯୋଗ ହୋଇପାରିବ। ଏହା ଶୁଣିବା ପରେ ସୁପ୍ରିମକୋର୍ଟ କହିଥିଲେ ଯେ ସାହାରା ମାମଲାରେ ଗୁରୁତର ବିବାଦ ରହିଛି। ଜବାବରେ ସଲିସିଟର ଜେନେରାଲ ମେହେଟ୍ଟା କହିଥିଲେ ସିଆର୍‌ସିଏସ୍‌ ପ୍ରକୃତ ଜମାକାରୀଙ୍କ ତଥ୍ୟ ଯାଞ୍ଚ କରିବ।

ଶୁଣାଣି କାଳରେ ସୁପ୍ରିମକୋର୍ଟ କେନ୍ଦ୍ର ସମବାୟ ମନ୍ତ୍ରାଳୟ ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ନକଲ ସଲିସିଟର୍‌ ଜେନେରାଲଙ୍କ ଠାରୁ ଲୋଡ଼ିଥିଲେ। ତାହା ସେହି ସମୟରେ ଉପଲବ୍ଧ ହୋଇପାରି ନପାରିବାରୁ ସଲିସିଟର୍‌ ଜେନେରାଲ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ ୧୮ ଟି ବିଭାଗ ଦ୍ବାରା ବିଚାରବିମର୍ଷ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଖଣ୍ଡପୀଠ ଟିପ୍ପଣୀରେ କହିଥିଲେ ୧୮ ଟି ବିଭାଗ ସହିତ ବୈଠକ କରିବା ଏକ ଉପଲବ୍ଧି। ଏହା ଏତେ ସହଜ ନୁହେଁ। ମାମଲାର ଶୁଣାଣିକୁ ଖଣ୍ଡପୀଠ ଆସନ୍ତା ସୋମବାରକୁ ସ୍ଥଗିତ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ଚିଟଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବରୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯିବା ପରେ କେନ୍ଦ୍ର ସମବାୟ ମନ୍ତ୍ରାଳୟ ଦ୍ବାରା ୨୯୯ ପୃଷ୍ଠାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି। ଗତ ଜାନୁଆରି ୯ରେ କେନ୍ଦ୍ର ସମବାୟ ମନ୍ତ୍ରାଳୟ ଦ୍ବାରା ସର୍ବୋଚ୍ଚ ନ୍ୟାୟାଳୟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଥିଲା। ଯେଉଁଥିରେ ଏମ୍‌ଏସ୍‌ସିଏସ୍‌ ବ୍ୟବସ୍ଥାରେ ନିରୀହ ନିବେଶକମାନଙ୍କ ଟଙ୍କା ଫେରସ୍ତ ନେଇ କୋର୍ଟଙ୍କ ଆଦେଶ ଅନୁଯାୟୀ ସହ‌ଯୋଗ କରାଯିବ ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe