ନୂଆଦିଲ୍ଲୀ: ରାଜସ୍ଥାନ ଚିତ୍ତୌଡ଼ଗଢ଼ର ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଛନ୍ତି। ଦୁହିଁଙ୍କ ଆପତ୍ତିଜନକ ଅବସ୍ଥାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବନ କରିଦିଆଯାଉଛି।
ଅଧିକପଢ଼ନ୍ତୁ:ଏହି କାରଣ ପାଇଁ ଅଭିଷେକଙ୍କ ବିବାହର ମିଠା ଫେରାଇ ଦେଇଥିଲେ ଶତ୍ରୁଘ୍ନ
ଚିତ୍ତୌଡ଼ଗଢ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେନ୍ଦ୍ର ଶର୍ମା କହିଛନ୍ତି, ‘ ଆମେ ଏକ ଇମେଲ ପାଇଥିଲୁ। ଏହି ଇମେଲରେ ଜଣେ ଶିକ୍ଷୟିତ୍ରୀ ଓ ପ୍ରଧାନଶିକ୍ଷକଙ୍କୁ ସ୍କୁଲ କୋଠରି ଭିତରେ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।
ଏ ଦୃଶ୍ୟ ପ୍ରଧାନଶିକ୍ଷକଙ୍କ କୋଠରିରେ ଲୁକାୟିତ ଭାବେ ଖଞ୍ଜା ଯାଇଥିଲା। ସ୍କୁଲରେ ୯ଜଣ ଶିକ୍ଷକ ଥିବା ବେଳେ ସେଥିମଧ୍ୟରୁ ୭ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ଏହି ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ଓ ପ୍ରଧାନଶିକ୍ଷକଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ସ୍କୁଲର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସନ୍ଦେହ କରିଥିଲେ କିନ୍ତୁ କୌଣସି ପ୍ରକାର ପ୍ରମାଣ ନଥିଲା।
ଅଧିକପଢ଼ନ୍ତୁ: ସୈଫଙ୍କୁ ଛୁରାମାଡ଼ ପରେ ମୁହଁ ଖୋଲିଲେ ଅକ୍ଷୟ
ତେଣୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମିଳିତ ଭାବେ ଟଙ୍କା ଯୋଗାଡ଼ କରି ପ୍ରଧାନଶିକ୍ଷକ ଅରବିନ୍ଦ ନାଥଙ୍କ ଅଜଣାତରେ ତାଙ୍କ କୋଠରିରେ କ୍ୟାମେରା ଖଞ୍ଜି ଦେଇଥିଲେ। ଏହି କ୍ୟାମେରାରେ ଅରବିନ୍ଦ ନାଥ ଓ ଶିକ୍ଷୟିତ୍ରୀଙ୍କ ଆପତ୍ତିଜନକ ଦୃଶ୍ୟ କୈଦ ହୋଇଯାଇଥିଲା।