ସ୍ୱାମୀ ଅଧିକ ଭଲପାଇବାରୁ ଛାଡ଼ପତ୍ର ଚାହାନ୍ତି ପତ୍ନୀ! ରଂଗମୟ ଜୀବନ ପାଇଁ ସେ ଝଗଡ଼ା କରିବାକୁ ଚାହାନ୍ତି, ହେଲେ ସ୍ୱାମୀ କରନ୍ତିି ନାହିଁ

Advertisment
ସ୍ୱାମୀ ଅଧିକ ଭଲପାଇବାରୁ ଛାଡ଼ପତ୍ର ଚାହାନ୍ତି ପତ୍ନୀ! ରଂଗମୟ ଜୀବନ ପାଇଁ ସେ ଝଗଡ଼ା କରିବାକୁ ଚାହାନ୍ତି, ହେଲେ ସ୍ୱାମୀ କରନ୍ତିି ନାହିଁ

Indiatimes.com

ନୂଆଦିଲ୍ଲୀ: ସ୍ୱାମୀଙ୍କ ଭଲପାଇବା କମ୍‌ ହୋଇଗଲେ ପତ୍ନୀ ଛାଡ଼ପତ୍ର ମାଗିବା କଥା ଆପଣ ଶୁଣିଥିବେ। ମାତ୍ର ସ୍ୱାମୀ ଅଧିକ ଭଲପାଇବା ହେତୁ କେଉଁ ପତ୍ନୀ କେବେ ଛାଡ଼ପତ୍ର ଚାହିଁବା କଥା ଆପଣ ଶୁଣିଛନ୍ତି କି? ୟୁନାଇଟେଡ୍‌ ଆରବ୍‌ ଏମିନେଟ୍‌ସରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଶୁଣିବାକୁ ମିଳିଛି। ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଏହି କାରଣକୁ ଛାଡ଼ପତ୍ର ମାଗିଛନ୍ତି ଯେ କାରଣ ତାଙ୍କ ସ୍ୱାମୀ ତାଙ୍କୁୁ ଆବଶ୍ୟକତାଠାରୁ ବେଶି ଭଲପାଆନ୍ତି। ସ୍ୱାମୀଙ୍କର ଏପରି ଆଚରଣ ହେତୁ ମହିଳା ଜଣକ ନିଜ ସ୍ୱାମୀଙ୍କୁ ସନ୍ଦେହ କରି ତାଙ୍କୁ ଛାଡ଼ପତ୍ର ମାଗିଥିବା ଜାଣିବାକୁ ମିଳିଛି।

ମହିଳା ଜଣକ ଏପରି ଏକ କାରଣ ଦର୍ଶାଇ ଆଦାଲତାରେ ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ଦାବି କରିବା ପରେ ଏହା ଏବେ ର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ସେ ଅଦାଲତରେ ନିଜର ଅସୁବିଧା ବ୍ୟକ୍ତ କରି କହିଛନ୍ତି କି ତାଙ୍କ ସ୍ୱାମୀ କୌଣସି ବି ମୁହୂର୍ତ୍ତରେ ତାଙ୍କୁ ନୀଚ ବ୍ୟବହାର ଦେଖାନ୍ତି ନାହିଁ କି ତାଙ୍କ ମନ ଦୁଃଖ କଲା ପରି କୌଣସି କାମ କରନ୍ତି ନାହିଁ। ସ୍ୱାମୀଙ୍କର ଏପରି ଆଚରଣରେ ସେ ଅଶ୍ଚର୍ଯ୍ୟନ୍ଵିତ। ଏପରିକି ତାଙ୍କ ସ୍ୱାମୀ ତାଙ୍କୁ ଘର ସଫା କରିବାରେ ବି ସାହାଯ୍ୟ କରନ୍ତି ବୋଲି ସେ ଅଦାଲତାରେ କହିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ସ୍ୱାମୀ ଅଧିକାଂଶ ସମୟରେ ତାଙ୍କୁ ଆରାମ ଦେଇ ଘରେ ରୋଷେଇ ବି କରି ଦେଇଥାନ୍ତି।

publive-image Indiatimes.com

ଏପରି ଏକ ଜୀବନକୁ ସେ ରଂଗମୟ ବୋଲି ଯୁକ୍ତି କରି କହିଛନ୍ତି କି ତାଙ୍କୁ ଏ ନେଇ ଏକ ରୀତିମତ ଆଲୋଚନା ଓ ସମାଧାନ ଦରକାର। ସ୍ୱାମୀଙ୍କ ଅତିରିକ୍ତ ଭଲପାଇବା ତାଙ୍କୁ ଭାରାକ୍ରାନ୍ତ କରିପକାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe