‘ମଣିପୁରକୁ ବିକାଶ ପଥରେ ଆଗକୁ ନେବା ପାଇଁ ଆମେ ଅକ୍ଲାନ୍ତ ପରିଶ୍ରମ କରୁଛୁ’

Advertisment

ମଣିପାରରେ ସଭିଙ୍କୁ ଶାନ୍ତିର ମାର୍ଗ ଆପଣେଇବାକୁ ଆହ୍ବାନ କଲେ ମୋଦୀ। ୨୦୨୩ ମସିହାରେ ହୋଇଥିବା ଜାତିଗତ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଗସ୍ତ; ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ।

ମଣିପାରରେ ସଭିଙ୍କୁ ଶାନ୍ତିର ମାର୍ଗ ଆପଣେଇବାକୁ ଆହ୍ବାନ କଲେ ମୋଦୀ। ୨୦୨୩ ମସିହାରେ ହୋଇଥିବା ଜାତିଗତ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଗସ୍ତ; ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ।

New Project (8) (1)

ନୂଆଦିଲ୍ଲୀ: ଶନିବାର ମଣିପୁର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସେଠାରେ ସଭିଙ୍କୁ ଶାନ୍ତିର ମାର୍ଗ ଆପଣେଇବାକୁ ଆହ୍ବାନ କରିଛନ୍ତି। ୨୦୨୩ ମସିହାରେ ହୋଇଥିବା ଜାତିଗତ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଗସ୍ତ; ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ।

ସେଠାରେ ସେ ମଣିପୁର ନାମକୁ ନେଇ ଏକ ସୁନ୍ଦର ବ୍ୟାଖ୍ୟା କରିଛନ୍ତି। ମୋଦୀ କହିଛନ୍ତି, ‘‘ମଣିପୁର ନାମରେ 'ମଣି' ଅଛି। ଏହା ହେଉଛି ସେହି 'ମଣି' ଯାହା ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବକୁ ଉଜ୍ଜ୍ୱଳ କରିବ,"।

 ୨୦୨୩ ମସିହା ହିଂସାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରୁ ଗୋଟିଏ ହେଉଛି ଚୁରାଚାନ୍ଦପୁର। ସେଠାରେ ମୋଦୀ ଏକ ଜନସମାବେଶକୁ ସମ୍ବୋଧିତ କରି ଏପରି କହିଛନ୍ତି।  "ମୁଁ ସମସ୍ତ ସଂଗଠନକୁ ଆପଣଙ୍କ ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଶାନ୍ତି ପଥରେ ଆଗେଇବାକୁ ଅନୁରୋଧ କରୁଛି। ଭାରତ ସରକାର ମଣିପୁରକୁ ବିକାଶ ପଥରେ ଆଗକୁ ନେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଆସୁଛନ୍ତି’’ ବୋଲି ମଧ୍ୟ ମୋଦୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟବ୍ୟାପୀ ସୁରକ୍ଷା କଡ଼ାକଡ଼ି ହୋଇଥିବା ସତ୍ତ୍ବେ ଚୁରାଚାନ୍ଦପୁରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ହୋଇଥିବା ସାଜସଜ୍ଜାକୁ  କେତେକ ଦୁର୍ବୃତ୍ତ ନଷ୍ଟ କରିଥିବା ଖବର ମିଳିଛି।  ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଶାନ୍ତି ଓ ଉନ୍ନୟନର ପଦକ୍ଷେପ ବୋଲି ଦାବି କରିଥିବା ବେଳେ ମାତ୍ର କଂଗ୍ରେସ ଏହାକୁ ‘ପ୍ରତୀକାତ୍ମକ’ ଓ ସମସ୍ୟା ସମାଧାନରେ ବିଫଳ ଉଦ୍ୟମ ବୋଲି ଦର୍ଶାଇଛି । କୁକି-ଜୋ ସଂଗଠନ ଓ ‘ଅଲ୍‌ ମଣିପୁର ୟୁନାଇଟେଡ କ୍ଲବ୍‌ସ ଅର୍ଗାନାଇଜେସନ୍’ ଏହି ଗସ୍ତକୁ ପ୍ରଚାରମୂଳକ ବୋଲି କହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଖ୍‌ରୁଲ ଜିଲ୍ଲାରେ ୪୩ ଜଣ ବିଜେପି ସଦସ୍ୟଙ୍କ ଇସ୍ତଫା ଦେଇଥିବାରୁ ଏହା ରାଜନୈତିକ ଅସନ୍ତୋଷକୁ ସୂଚାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe