୭୩୫ କିଲୋମିଟର ପାଦରେ ଚାଲି ଚାଲି ମୋଦୀଙ୍କୁ ଭେଟିଲେ ଓ ଏହି ଦାବି କଲେ ବିଜେପି କର୍ମୀ

Advertisment
୭୩୫ କିଲୋମିଟର ପାଦରେ ଚାଲି ଚାଲି ମୋଦୀଙ୍କୁ ଭେଟିଲେ ଓ ଏହି ଦାବି କଲେ ବିଜେପି କର୍ମୀ

ନୂଆଦିଲ୍ଲୀ: ମୋଦୀଙ୍କୁ ଭେଟିବାକୁ ଚାଲି ଚାଲି ଗଲେ କର୍ମୀ | ୨୦ ଦିନ ଧରି ଚାଲିଲେ ଆଉ ୭୩୫ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ମୋଦୀଙ୍କୁ ସାକ୍ଷାତ କରି ନିଜ ଅଞ୍ଚଳର ସମସ୍ୟା ବାବଦରେ ଜଣାଇଲେ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଵ୍ୟକ୍ତିଙ୍କ ବାବଦରେ କହିବୁ, ଯିଏ କି ନିଜ ଅଞ୍ଚଳର ସମସ୍ୟା ନେଇ ମୋଦୀଙ୍କ ପାଖକୁ ଯାଇଥିଲେ ଓ ମୋଦୀ ମଧ୍ୟ ତାଙ୍କୁ ଆଦର ସହକାରେ ସ୍ୱାଗତ କରି ତାଙ୍କ ଭଲମନ୍ଦ ବୁଝିଥିଲେ | ମଧ୍ୟପ୍ରଦେଶ ସାଗର ଜିଲ୍ଲା ଦେଓରୀ ଯେତପୁରର ଜଣେ ବିଜେପି କର୍ମୀ ଛୋଟେଲାଲ ଅହିରୱାର | ନିଜ ଅଞ୍ଚଳରେ ଥିବା ବେକାରୀ ସମସ୍ୟା ବାବଦରେ ମୋଦୀଙ୍କୁ ଜଣାଇବା ପାଇଁ ସେ ଦିଲ୍ଲୀ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ | ଆଉ ସେପ୍ଟେମ୍ବର ୨୨ରେ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ।

ପାଖାପାଖି ୨୦ ଦିନ ପରେ ସେ ୧୨ ଅକ୍ଟୋବରରେ ଦିଲ୍ଲୀରେ ପହଞ୍ଚିଥିଲେ। ସାଗରରୁ ଦିଲ୍ଲୀ ଦୂରତା ୭୩୫ କିଲୋମିଟର ହୋଇଥିବାବେଳେ ବିଜେପି କର୍ମୀଙ୍କ ଦିଲ୍ଲୀ ଆସିବା କଥା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଜାଣିଥିଲେ | ଏହା ପରେ ବିଜେପି କର୍ମୀଙ୍କ ରହିବା ପାଇଁ ବ୍ୟବସ୍ଥା କରିଥିଲେ | କର୍ମୀ ଜଣକ କିଭଳି ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରିବେ ସେଥିପାଇଁ ସମୟର ବ୍ୟବସ୍ଥା କରିଥିଲେ | ଏହା ପରେ ଗତକାଲି ଛୋଟେଲାଲ ମୋଦୀଙ୍କୁ ଭେଟିଥିଲେ |

publive-image

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଛୋଟେଲାଲ ମୋଦୀଙ୍କୁ ନିଜ ଅଞ୍ଚଳରେ ଥିବା ସମସ୍ୟା ବାବଦରେ ଅବଗତ କରାଇଥିଲେ | ସେ ସରକାରଙ୍କ ଅନେକ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ନିଯୁକ୍ତି ପାଇଁ ଏହି ଅଞ୍ଚଳରେ କାରଖାନା ପ୍ରତିଷ୍ଠା କରିବାକୁ ମୋଦୀଙ୍କୁ ଅନୁରୋଧ କରିଥିଲେ | ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ କଥା ଶୁଣି ପ୍ରତିଶୃତି ପୂରଣ କରିବେ ବୋଲି କହିଥିଲେ | ତେବେ ଛୋଟେଲାଲ କହିଛନ୍ତି ଯେ ଏତେ ବାଟ ଚାଲିଥିଲେ ବି ମୋଦୀଙ୍କୁ ଭେଟି ତାଙ୍କର ସବୁ କ୍ଲାନ୍ତ ଦୂର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe