ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କର ପ୍ରାୟ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନୂ୍ଆଦିଲ୍ଲୀରେ ଚୌତାଲାଙ୍କର ଜମି, ଏବଂ ଫାର୍ମହାଉସ୍ ସମେତ ପ୍ରାୟ ୧,୯୪,୫୨,୩୭୪ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ପିଏମଏଲଏ ଆଇନ ଅଧୀନରେ ଏହି ସମ୍ପତ୍ତି ଜବତ ହୋଇଥିବା ଜଣାପଡ଼ିଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଜେଲ୍ଦଣ୍ଡ ଭୋଗୁଥିବା ଚୌତାଲା ଉଭୟ ସିବିଆଇ ଏବଂ ଇଡି ଦ୍ବାରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତଦନ୍ତ ସାମ୍ନା କରୁଛନ୍ତି। ଉଲ୍ଲେଖଯୋଗ୍ୟ ପୂର୍ବରୁ ମଧ୍ୟ ଇଡି ଓମ୍ ପ୍ରକାଶ ଚୌତାଲାଙ୍କର ୪.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।
ଚୌତାଲାଙ୍କ ସମ୍ପତ୍ତି ଜବତ
Advertisment
Follow Us