ପାକିସ୍ତାନରେ ଯୀଶୁ ବଡ଼ ବୋଲି କହିଥିବା ଖ୍ରୀଷ୍ଟିଆନଙ୍କୁ ମୃତ୍ୟୁଦଣ୍ଡାଦେଶ

କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ଇସଲାମାବାଦ: ପାକିସ୍ତାନର ଏକ କୋର୍ଟ ଜଣେ ଖ୍ରୀଷ୍ଟିଆନ ମେକାନିକ୍‌ଙ୍କୁ ପାଞ୍ଚବର୍ଷ ତଳର ଏକ ଈଶନିନ୍ଦା (ବ୍ଲାସ୍‌ଫେମି) ଅଭିଯୋଗର ବିଚାର କରି ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଆସଫାକ ମସିହ ନାମକ ଏହି ବ୍ୟକ୍ତିଙ୍କୁ ୨୦୧୭ ଜୁନ ମାସରେ ଗିରଫ କରାଯାଇଥିଲା। ତାଙ୍କର ଦୋଷ ହେଲା ପେମେଣ୍ଟକୁ ନେଇ ଜଣେ ଗ୍ରାହକଙ୍କ ସହ ଯୁକ୍ତିତର୍କ ହେବା ବେଳେ ସେ ପ୍ରଭୁ ଯୀଶୁ ସବୁଠାରୁ ବଡ଼ ବୋଲି କହିଥିଲେ। ଫ୍ରାଇଡେ ଟାଇମ୍ସ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ପାକିସ୍ତାନ ହେଉଛି ସେହି ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ ଯେଉଁଠି ଆଲ୍ଲା, ମହମ୍ମଦ, କୋରାନ ବା ଇସଲାମ ଧର୍ମର କେହି ଅବମାନନା ବା ନିନ୍ଦା କଲେ ବା ଆଲ୍ଲା କି ମହମ୍ମଦଙ୍କ ବଦଳରେ ଅନ୍ୟ ‌କାହାକୁ ବଡ଼ ବୋଲି କହିଲେ ତାକୁ ଈଶନିନ୍ଦା ଭାବେ ଗଣାଯାଏ ଏବଂ ଏହାର ଏକମାତ୍ର ଦଣ୍ଡ ହେଉଛି ମୃତ୍ୟୁଦଣ୍ଡ। ୨୦୧୭ ଜୁନ୍ ମାସରେ ମସିହ ଲାହୋରରେ ଜଣେ ଲୋକର ବାଇକ୍ ସଜାଡ଼ିବା ପରେ ପାରିଶ୍ରମିକ ମାଗିଲେ। ଲୋକଟି ପୂରା ଟଙ୍କା ନ ଦେଇ ଯୁକ୍ତିତର୍କ କଲା ଏବଂ କହିଲା ସେ ଯେହେତୁ ଆଲ୍ଲାଙ୍କର ଜଣେ ଭକ୍ତ ତେଣୁ ତାକୁ ରିହାତି ଦେବାକୁ ପଡ଼ିବ। ମସିହ କିନ୍ତୁ ମନା କଲେ, କହିଲେ ସେ ଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି। ଦୁଇଜଣଙ୍କ ଭିତରେ ଯୁକ୍ତିତର୍କ ହେଲା ଏବଂ କ୍ରମେ ସେଠାରେ ଲୋକ ଗଦା ହୋଇଗଲେ। ସେମାନେ ମସିହଙ୍କୁ ଦୋଷାରୋପ କଲେ ଯେ ସେ ପ୍ରଫେଟ୍ ମହମ୍ମଦଙ୍କୁ ଅସମ୍ମାନିତ କରିଛନ୍ତି।

ମସିହ କୁଆଡ଼େ କହିଥିଲେ ଯେ ଖ୍ରୀଷ୍ଟିଆନଙ୍କ ପାଇଁ ଯୀଶୁ ହେଉଛନ୍ତି ସବୁଠାରୁ ବଡ଼। ସଙ୍ଗେ ସଙ୍ଗେ ପୁଲିସ ପହଞ୍ଚି ମସିହଙ୍କୁ ଗିରଫ କରିନେଲା ଏବଂ ତାଙ୍କ ନାଁରେ ଈଶନିନ୍ଦାର ଦଫା ଲଗାଇଲା। ୨୦୧୯ ଯାଏ ଏହି ମାମଲାର ଶୁଣାଣି ବେଳେ ଅନେକ ଥର କୋର୍ଟ ମୁଲତବି ହୋଇଛି। ନିଜର ସ୍ତ୍ରୀ ଓ ଗୋଟିଏ ଝିଅ ଥିବା ମସିହଙ୍କୁ ୨୦୧୯ରେ ଥରେ ପାରୋଲରେ ଛଡ଼ାଯାଇଥିଲା, ତାଙ୍କ ମାଆଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ପାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe