କିମ୍‌ ଜଙ୍ଗଙ୍କୁ ହତ୍ୟା ଯୋଜନା କରିଥିଲା ସିଆଇଏ

Advertisment

ଉତ୍ତର କୋରିଆର ଦାବି

ଉତ୍ତର କୋରିଆର ଦାବି

କିମ୍‌ ଜଙ୍ଗଙ୍କୁ ହତ୍ୟା ଯୋଜନା କରିଥିଲା ସିଆଇଏ

ପୋଙ୍ଗୟାଙ୍ଗ: ଗୋଟିଏ ପରେ ଗୋଟିଏ ପରମାଣୁ ପରୀକ୍ଷା କରି ସାରା ବିଶ୍ୱକୁ ଆତଙ୍କିତ କରିଥିବା ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କୁ ହତ୍ୟା କରିବାକୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଯୋଜନା କରିଥିବା ନେଇ ତଥ୍ୟ ପ୍ରଘଟ ହୋଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକା ଏଭଳି ଯୋଜନା କରି କେତେକ ଆତଙ୍କବାଦୀଙ୍କୁ ଦକ୍ଷିଣ କୋରିଆ ସହାୟତାରେ ଉତ୍ତର କୋରିଆରେ ଅନୁପ୍ରବେଶ କରାଇବାକୁ ସକ୍ଷମ ହୋଇଥିଲା ତେବେ ଏହି ଆତଙ୍କବାଦୀମାନେ ଧରାପଡ଼ିଯିବା ପରେ ଆମେରିକାର ଉଦ୍ୟମ ପଣ୍ଡ ହୋଇଯାଇଥିଲା ବୋଲି ଉତ୍ତର କୋରିଆ ଦାବି କରିଛି। ଉତ୍ତର କୋରିଆ ସାମରିକ ଗୁଇନ୍ଦା ସଂସ୍ଥା ଏ ସଂପର୍କରେ କହିଛି ଯେ ଆମେରିକା ଜୈବିକ ଓ ରାସାୟନିକ ଅସ୍ତ୍ର ପ୍ରୟୋଗ କରି ପୋଙ୍ଗୟାଙ୍ଗ୍‌ ସ୍ଥିତ ମୁଖ୍ୟାଳୟରେ ବଡ଼ ଧରଣର ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରିଥିଲେ। କିମ୍‌ ଜଙ୍ଗଙ୍କୁ ହତ୍ୟା କରିବା ପାଇଁ ଆମେରିକାର ଏହି ଯୋଜନାରେ ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ସିଧାଳଖ ସଂପୃକ୍ତ ଥିଲା ବୋଲି ଉତ୍ତର କୋରିଆ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe