ସିଆଇଏ ଜୁଲିଆନ ଆସେଞ୍ଜଙ୍କ ଅପହରଣ ଓ ହତ୍ୟା ପାଇଁ ଯୋଜନା କରିଥିଲା: ରିପୋର୍ଟ

ସିଆଇଏ ଜୁଲିଆନ ଆସେଞ୍ଜଙ୍କ ଅପହରଣ ଓ ହତ୍ୟା ପାଇଁ ଯୋଜନା କରିଥିଲା: ରିପୋର୍ଟ

Big World Tale

ୱାସିଂଟନ : ୟାହୁ ନ୍ୟୁଜ୍ ଅନୁସାରେ ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏର ଅଧିକାରୀ ଏବଂ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରଶାସନ ୱିକିଲିକ୍ସର ପ୍ରତିଷ୍ଠାତା, ସମ୍ପାଦକ ତଥା ହ୍ବିସିଲ୍‌ବ୍ଲୋୟର୍ ଜୁଲିଆନ ଆସେଞ୍ଜଙ୍କ ଅପହରଣ ଓ ହତ୍ୟା ପାଇଁ ଯୋଜନା କରିଥିଲେ। ଏହାର ଆଇନଗତ ବୈଧତା ନେଇ ଦୀର୍ଘ ବିତର୍କ ହେବା ପରେ ଯୋଜନା ସ୍ଥିରୀକୃତ ହୋଇଥିଲା। ସେ ଲଣ୍ଡନସ୍ଥିତ ଇକ୍ବେଡର ଦୂତାବାସରେ ଲୁଚି ରହିଥିବା ବେଳେ ସେଠାରୁ ତାଙ୍କୁ ଅପହରଣ କରି ଦରକାର ହେଲେ ହତ୍ୟା କରିବା ପାଇଁ ଯୋଜନା ସ୍ଥିର ହୋଇଥିଲା। ତେବେ ପରେ ଏ ଯୋଜନାକୁ ବାତିଲ କରାଯାଇଥିଲା।

ସୂଚନା ଅନୁସାରେ ଆମେରିକାର ତତ୍‌କାଳୀନ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଯୋଜନାର ସୂତ୍ରଧର ଥିଲେ। ଟ୍ରମ୍ପଙ୍କର ଜଣେ ପୂର୍ବତନ ଜାତୀୟ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ପମ୍ପିଓ ଏବଂ ସିଆଇଏ ଅଧିକାରୀମାନେ ଶତ୍ରୁକୁ ନିପାତ କରିଦେବା ସପକ୍ଷରେ ଥିଲେ। ଆସେଞ୍ଜ ଲଣ୍ଡନସ୍ଥିତ ଇକ୍ବେଡର ଦୂତାବାସରେ ୨୦୧୨ରୁ ୨୦୧୯ ପର୍ଯ୍ୟନ୍ତ ଲୁଚି ରହିଥିଲେ। ତା’ପରେ ତାଙ୍କୁ ଗିରଫ କରି ଲଣ୍ଡନର ବେଲମାର୍ଶ ଜେଲକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe