ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ; ସିଆଇଡି ମୁଖ୍ୟାଳୟରେ ହାଜର ପାଇଁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସମନ

Advertisment
ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ; ସିଆଇଡି ମୁଖ୍ୟାଳୟରେ ହାଜର ପାଇଁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସମନ

କୋଲକାତା: ବିଜେପି ନେତା, ନନ୍ଦିଗ୍ରାମ ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ଥିବା ଶୁଭେନ୍ଦୁ ଅଧିକାରୀ ତାଙ୍କର ଅଙ୍ଗରକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଫସି ଯାଇଛନ୍ତି। ଏହି ଘଟଣାରେ ତଦନ୍ତର ସମ୍ମୁଖୀନ ହେବାପାଇଁ ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ବିରୋଧୀଦଳର ନେତା ଶୁଭେନ୍ଦୁ ଆଧିକାରୀଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ସୋମବାର ଦିନ ଭବାନୀ ଭବନ ଠାରେ ଥିବା ସିଆଇଡି ମୁଖ୍ୟାଳୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନନ୍ଦିଗ୍ରାମ ବିଜେପି ବିଧାୟକ ଅଧିକାରୀଙ୍କୁ ଜାରି ସମନରେ ନିର୍ଦ୍ଦେଶ ଦିଆଯାଇଛି।

ଉଲେଖଯୋଗ୍ୟ, ଅଧିକାରୀଙ୍କ ଅଙ୍ଗରକ୍ଷୀ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସିଆଇଡି ଏକ ଟିମ୍‌ ଗଠନ କରିଥିଲା। ଶୁଭବ୍ରତ ତାଙ୍କ ନିଜ ରିଭଲଭର ବ୍ୟବହାର କରି ନିଜକୁ ଉପରକୁ ଗୁଳି କରି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ତେବେ, ଚକ୍ରବର୍ତ୍ତୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି କଣ୍ଟାଇ ପୁଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ଅନୁସନ୍ଧାନ ଆରମ୍ଭ କରି ଏପର୍ଯ୍ୟନ୍ତ ୧୧ ଜଣ ପୁଲିସ କର୍ମଚାରୀଙ୍କ ସମେତ ୧୫ରୁ ଅଧିକ ଲୋକଙ୍କୁ ପଚରାଉଚରା କରି ସାରିଲାଣି କ୍ରାଇମ୍‌ ବ୍ରାଞ୍ଚ। ଏହାପୂର୍ବରୁ କ୍ରାଇମ୍‌ ବ୍ରାଞ୍ଚର ତଦନ୍ତକାରୀ ଟିମ୍‌ ପୂର୍ବ ମେଦିନୀପୁରରେ ଥିବା ବିଧାୟକ ଅଧିିକରୀଙ୍କ ବାସଭବନ ‘ଶାନ୍ତିକୁଞ୍ଜ’କୁ ଯାଇ ସେଠାରେ ମଧ୍ୟ ତଦନ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe