ଅଗଷ୍ଟରେ ଖୋଲିପାରେ ସିନେମା ହଲ, ବଦଳିପାରେ ଏସବୁ ନିୟମ

ଅଗଷ୍ଟରେ ଖୋଲିପାରେ ସିନେମା ହଲ, ବଦଳିପାରେ ଏସବୁ ନିୟମ

ନୂଆଦିଲ୍ଲୀ: ଗତ ଚାରିମାସ ଧରି ସାରା ଦେଶରେ ସିନେମା ହଲ ବନ୍ଦ ରହିଛି । ତେବେ ଅଗଷ୍ଟରୁ ସିନେମା ହଲ ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ଏଥର କିଛି ନିୟମ ବଦଳିପାରେ | କରୋନା ବିପଦକୁ ଦୃଷ୍ଟିରେ ରଖି ନିୟମରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିପାଇଁ ଏସଓପି ମଧ୍ୟ ପ୍ରସ୍ତୁତ ହୋଇଛି | କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନଲକ୍ -୩ ରେ ସିନେମା ହଲ ଖୋଲିବାକୁ ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରିଛି, ତଥାପି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖାରେଙ୍କ କହିବା ଅନୁଯାୟୀ, ଅଗଷ୍ଟ ୧ କିମ୍ବା ଅଗଷ୍ଟ ୩୧ ରେ ସିନେମା ହଲ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି |

ଆଉ ଗୃହ ମନ୍ତ୍ରଣାଳୟ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ସେ କହିଛନ୍ତି ଯେ ଯଦି ସିନେମା ଖୋଲାଯାଏ ତେବେ ଦୁଇ ମିଟର ସାମାଜିକ ଦୂରତାର ନିୟମ ପାଳନ କରାଯିବ। ବର୍ତ୍ତମାନ ପ୍ରେକ୍ଷାଳୟ ବନ୍ଦ ହେବା ସହିତ ଆମାଜନ ପ୍ରାଇମ, ନେଟଫ୍ଲିକ୍ସ ପରି ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ତେବେ ନୂଆ ଯୋଜନା ଅନୁଯାୟୀ ଲୋକମାନେ ପ୍ରଥମ ଲାଇନରେ ଗୋଟିଏ ସିଟ୍ ଛାଡି ପ୍ରେକ୍ଷାଳୟରେ ବସିବେ ଏବଂ ଦ୍ୱିତୀୟ ଲାଇନ ଖାଲି ରହିବ। ଏଥିସହ ଥିଏଟର ବାହାରେ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ ହେବ |

ଅନ୍ୟପକ୍ଷରେ ସିନେମା ହଲ ମାଲିକମାନଙ୍କୁ କେବଳ ୨୫ ପ୍ରତିଶତ ସିଟ୍ ପୂରଣ କରିବାକୁ ଅନୁମତି ଦିଆଯିବ। ଏହା ସହିତ ସେଠାରେ ପରିଷ୍କାର ପରିଚ୍ଛନ୍ନତାର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପଡିବ | ତେବେ ହଲ ମାଲିକମାନେ ଏହି ନିୟମକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତାଙ୍କ କହିବାନୁସାରେ, ୨୫ ପ୍ରତିଶତ କ୍ଷମତା ବିଶିଷ୍ଟ ପ୍ରେକ୍ଷାଳୟ ଖୋଲିବା ଅପେକ୍ଷା ନ ଖୋଲିବା ଭଲ | କାରଣ ଗତ ଚାରିମାସ ହଲ ବନ୍ଦ ରଖିବା ଦ୍ୱାରା ସେମାନେ ଏକ ବଡ କ୍ଷତି ସହିଛନ୍ତି। ଆଉ ଏବେ ଖୋଲିଲେ ବି ଲୋକଙ୍କ ସଂଖ୍ୟା କମ ହେଲେ ବି କେବଳ କ୍ଷତି ହିଁ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe