କରୋନା ଚିକିତ୍ସା ପାଇଁ ସିପ୍ଲାର ନୂଆ ଟାବ୍‌ଲେଟ : ଅଗଷ୍ଟରେ ଆସିବ ‘ସିପ୍ଲେଞ୍ଜା’

Advertisment
କରୋନା ଚିକିତ୍ସା ପାଇଁ ସିପ୍ଲାର ନୂଆ ଟାବ୍‌ଲେଟ : ଅଗଷ୍ଟରେ ଆସିବ ‘ସିପ୍ଲେଞ୍ଜା’

https://keralakaumudi.com

ନୂଆଦିଲ୍ଲୀ : କରୋନା ଚିକିତ୍ସା ପାଇଁ ଭାରତର ପ୍ରମୁଖ ଔଷଧ ନିର୍ମାତା କମ୍ପାନି ସିପ୍ଲା ଲିମିଟେଡ୍‌ ଏକ ନୂଆ ଟାବ୍‌ଲେଟ ଆଣିବାକୁ ଯାଉଛି। ‘ସିପ୍ଲେଞ୍ଜା’ ନାମରେ ଏହି ନୂଆ ଟାବଲେଟ୍‌ ଆସନ୍ତା ଅଗଷ୍ଟ ମା‌ସରେ ଆସିବ ବୋଲି କମ୍ପାନି ପକ୍ଷରୁ କୁହ‌ା‌ଯାଇଛି। ସିପ୍ଲାର ଏହି ନୂଆ ଔଷଧକୁ ‘ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ’ (ଡିସିଜିଆଇ) ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ପ୍ରତି ଟାବ୍‌ଲେଟର ମୂଲ୍ୟ ୬୮ ଟଙ୍କା ରହିବ। ଆସନ୍ତା ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ସିପ୍ଲେଞ୍ଜା ବଜାରରେ ବିକ୍ରି ହେବ ବୋଲି କମ୍ପାନି ପକ୍ଷରୁ ପ୍ରକାଶ ପାଇଛି।

ଦେଶରେ ଔଷଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଉଛି। ଏହି ଔଷଧକୁ ଉଭୟ ଖୋଲା ବଜାରରେ ବିକ୍ରି କରାଯିବା ସହ ହସ୍ପିଟାଲ ମାଧ୍ୟମରେ ସପ୍ଲାଏ କରାଯିବ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଟାବ୍‌ଲେଟକୁ ମିଳିତ ଭାବେ ସିପ୍ଲା, ସିଏସ୍‌ଆଇଆର ଏବଂ ଆଇଆଇସିଟି ପକ୍ଷରୁ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ‘ସିପ୍ଲେଞ୍ଜା’ ବଜାରକୁ ଆସିବା ପରେ କୋଭିଡ-୧୯ ଚିକିତ୍ସା ଅଧିକ ସହଜ ହୋଇପାରିବ ବୋଲି ସିଏସ୍‌ଆଇଆର୍‌ର ମହାନିର୍ଦ୍ଦେଶକ ଶେଖର ସି. ମାଣ୍ଡେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe