ସିପ୍ଲା ଛାଡ଼ିଲା ସବୁଠୁ ଶସ୍ତା ରେମଡେସିଭିର, ମାତ୍ର ୪ ହଜାର ଟଙ୍କାରେ ମିଳିବ ଏହି କୋଭିଡ୍ ଔଷଧ

Advertisment
ସରକାରଙ୍କ ହସ୍ତକ୍ଷେପ ପରେ ଦେଶରେ ରେମଡେସଭିର ଇଂଜେକ୍ସନର ମୂଲ୍ୟ କମିଲା

India TV News

ନୂଆଧିଲ୍ଲୀ: ଭାରତର ପ୍ରମୁଖ ଔଷଧ କମ୍ପାନି ସିପ୍ଲା ପକ୍ଷରୁ କରୋନାଭୂତାଣୁ ପାଇଁ ଉଦ୍ଦିଷ୍ଟ ରେମଡେସିଭିର ଇଞ୍ଜେକ୍ସନ୍‌ର ବଜାର ପ୍ରବେଶ କରାଯାଇଛି। ମହାମାରୀ କୋଭିଡ୍-୧୯ରେ ପୀଡ଼ିତ ଗୁରୁତର ରୋଗୀଙ୍କଠାରେ ଅନୁକୂଳ ଫଳାଫଳ ଦେଉଥିବା ଏହି ଭୂତାଣୁପ୍ରତିରୋଧ ଔଷଧର ସ୍ବତ୍ବ ହାସଲ କରିଥିବା ଆମେରିକୀୟ କମ୍ପାନି ଜିଲିଆଡ୍‌ ସାଇନ୍ସେସ୍‌ଠାରୁ ଆବଶ୍ୟକ ଅନୁମତି ପାଇ ସିପ୍ଲା ନିଜର ଏହି ଜେନେରିକ୍ ଇଞ୍ଜେକ୍ସନ୍‌କୁ ଛାଡ଼ିଛି। ବଜାରରେ ସିପ୍ରେମି ନାମରେ ଉପଲବ୍‌ଧ ଏହି ଇଞ୍ଜେକ୍ସନ୍‌ ଅନ୍ୟାନ୍ୟ ଛାପର ରେମଡେସିଭିର ଇଞ୍ଜେକ୍ସନ୍‌ ଅପେକ୍ଷା ସବୁଠୁ ଶସ୍ତା ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

ମାତ୍ର ୪ ହଜାର ଟଙ୍କାରେ ସିପ୍ରେମି ମିଳୁଥିବା ବେଳେ ହେଟେରୋ କମ୍ପାନି ଛାଡ଼ିଥିବା କୋଭିଫର ନାମକ ରେମଡେସିଭିର ଇଞ୍ଜେକ୍ସନ୍‌ର ମୂଲ୍ୟ ୫,୪୦୦ ଟଙ୍କା ରହିଛି। ସେହିପରି ମାଇଲାନ୍‌ କମ୍ପାନି ଦ୍ବାରା ପ୍ରସ୍ତୁତ ୧୦୦ ମି.ଗ୍ରା. ବିଶିଷ୍ଟ ଡେସରେମ ଛାପର ରେମଡେସିଭିର ଦର ୪,୮୦୦ ଟଙ୍କା ରହିଛି। ସୁତରାଂ ବିଶ୍ବରେ ସବୁଠୁ କମ୍ ମୂଲ୍ୟରେ ଏହି ଗୁରୁତ୍ବପୂର୍ଣ୍ଣ ଇଞ୍ଜେକ୍ସନର ବଜାର ପ୍ରବେଶ କରାଇ ବେଶ୍ ଗର୍ବିତ ବୋଲି ସିପ୍ଲାର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ନିଖିଲ ଚୋପ୍ରା କହିଛନ୍ତି। କମ୍ପାନି ପ୍ରଥମ ମାସରେ ୮୦ ହଜାର ଇଞ୍ଜେକ୍ସନ ଛାଡ଼ିବାକୁ ଲକ୍ଷ୍ୟ ରଖିଥିବା ଶ୍ରୀ ଚୋପ୍ରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe