କୋଭିଡ୍-୧୯ ଚିକିତ୍ସା ନିମନ୍ତେ ‘ଫାବିପିରାଭିୟର୍’ ଔଷଧ ଲଞ୍ଚ୍‌ କରିବାକୁ ସିପ୍ଲା ପ୍ରସ୍ତୁତ

Advertisment
କୋଭିଡ୍-୧୯ ଚିକିତ୍ସା ନିମନ୍ତେ ‘ଫାବିପିରାଭିୟର୍’ ଔଷଧ ଲଞ୍ଚ୍‌ କରିବାକୁ ସିପ୍ଲା ପ୍ରସ୍ତୁତ

Image Courtesy of Zee News

ନୂଆଦିଲ୍ଲୀ: କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ମୁମ୍ବାଇସ୍ଥିତ ଔଷଧ କମ୍ପାନି ସିପ୍ଲା ‘ଫାବିପିରାଭିୟର୍’ ଔଷଧ ଲଞ୍ଚ୍ କରିବାକୁ ପ୍ରସ୍ତୁତ ଥିବା କଥା ଗୁରୁବାର ଦିନ କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ (ସିଏସ୍‌ଆଇଆର୍) ଏକ ବିବୃତିରେ କହିଛି।

ଶସ୍ତାରେ ଉପଲବ୍ଧ କରାଇବା ଲାଗି ‘ସିଏସ୍‌ଆଇଆର୍’ ଏହି ଔଷଧ ବିକଶିତ କରିଛି। ଏହାର ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଇନ୍‌ଗ୍ରେଡିଏଣ୍ଟ୍‌ ସମିଶ୍ରଣ କରିବାକୁ ‘ସିଏସ୍‌ଆଇଆର୍’ର ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ କେମିକାଲ୍ ଟେକ୍ନୋଲୋଜି ଆଞ୍ଚଳିକ ସ୍ତରରେ ମିଳୁଥିବା ରାସାୟନିକ ପଦାର୍ଥ ବ୍ୟବହାର କରି ସିପ୍ଲାକୁ ଏହି ଟେକ୍ନୋଲଜି ଦେଇଛି।

ସିପ୍ଲା ତା’ର କାରଖାନାରେ ଏହି ପ୍ରକ୍ରିୟାକୁ ବଢ଼ାଇବା ପରେ ଭାରତରେ ଏହି ଔଷଧ ଲଞ୍ଚ୍‌ କରିବାକୁ ଡ୍ରଗ୍ କଣ୍ଟ୍ରୋଲର୍‌ ଅଫ୍ ଇଣ୍ଡିଆକୁ ଅନୁମତି ମାଗିଛି। କିନ୍ତୁ, ‘ଫାବିପିରାଭିୟର୍’ କେବଳ ଜରୁରୀକାଳୀନ କ୍ଷେତ୍ରରେ ଉପଯୋଗ ହେବ ବୋଲି ଡ୍ରଗ୍ କଣ୍ଟ୍ରୋଲର୍‌ ଅଫ୍ ଇଣ୍ଡିଆ ପୂର୍ବରୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe