ବିମାନବନ୍ଦରରେ ଯାତ୍ରୀମାନଙ୍କ ସହ ହସି ହସି କଥା ହୋଇ ପାରିବେ ନାହିଁ ସିଆଇଏସ୍‌ଏଫ୍‌ ସୁରକ୍ଷାକର୍ମୀ, ଜାରି ହେଲା ନୂଆ ନିର୍ଦ୍ଦେଶାବଳୀ

Advertisment
ବିମାନବନ୍ଦରରେ ଯାତ୍ରୀମାନଙ୍କ ସହ ହସି ହସି କଥା ହୋଇ ପାରିବେ ନାହିଁ ସିଆଇଏସ୍‌ଏଫ୍‌ ସୁରକ୍ଷାକର୍ମୀ, ଜାରି ହେଲା ନୂଆ ନିର୍ଦ୍ଦେଶାବଳୀ

oneindia.com

ନୂଆଦିଲ୍ଲୀ : ଏବେ ବିମାନବନ୍ଦରରେ ଯାତ୍ରୀମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌  କର୍ମଚାରୀ ଯାତ୍ରୀମାନଙ୍କ ସହ କଥା ହେବା ସମୟରେ ହସି ପାରିବେ ନାହିଁ । ଏ ନେଇ ସବୁ ସିଆଇଏସ୍‌ଏଫ୍‌ କର୍ମଚାରୀମାନଙ୍କୁ ଜଣାଇ ଦିଆଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଡ୍ୟୁଟିରେ ଥିବା ସମୟରେ କର୍ମଚାରୀମାନେ ଏହି ଆଦେଶର ପାଳନ କରିବେ । ଯାତ୍ରୀମାନଙ୍କ ସହ ଅଧିକ ବନ୍ଧୁତା ନ କରିବା ସହିତ ନିଜ କାମ ଉପରେ ଅଧିକ ଧ୍ୟାନ ଦେବା ଉଦ୍ଦେଶ୍ୟରେ ଏହି ନିୟମ କରାଯାଇଥିବା ରିପୋର୍ଟରୁ ସୂଚନା ମିଳିଛି । ବେଳେ ବେଳେ ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ଯାତ୍ରୀମାନଙ୍କ ସହ ଅଧିକ ମେଳାପୀ ହୋଇ ନିଜ କାମ ଠିକ୍‌ ଭାବରେ କରି ପାରନ୍ତି ନାହିଁ । ଯାତ୍ରୀମାନଙ୍କୁ ହସି ସ୍ୱାଗତ କରିବା ସହ ସେମାନଙ୍କ ସୁରକ୍ଷା ମଧ୍ୟ ସେତିକି ଜରୁରୀ ବୋଲି ଏହି ନିୟମ ତିଆରି କରାଯାଇଛି ।

publive-image Quora

ସିଆଇଏସ୍‌ଏଫ୍‌ର  ମହାନିର୍ଦ୍ଦେଶକ ରାଜେଶ ରଞ୍ଜନଙ୍କ କହିବା ଅନୁଯାୟୀ, ଆମେ ଯାତ୍ରୀମାନଙ୍କ ସହ ଅଧିକ ଅନୁକୂଳ ଆଚରଣ ଦେଖାଇ ପାରିବୁ ନାହିଁ ବା ହସି ହସି କଥା ହୋଇ ପାରିବୁ ନାହିଁ । ପୂର୍ବରୁ ଏଭଳି ଭୁଲ ପାଇଁ ୨୦୦୧ରେ ଆମେରିକାର ଟ୍ଵିନ୍‌ ଟାଓ୍ଵରରେ ଆତଙ୍କବାଦୀମାନେ ସହଜରେ ଆକ୍ରମଣ କରି ପାରିଥିଲେ । କାରଣ ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ନ ଥିବାରୁ ଏପରି ଘଟିଥିଲା । ସେଥିପାଇଁ ଆବଶ୍ୟକତା ଅନୁଯାୟୀ ଯାତ୍ରୀମାନଙ୍କ ସହ ମିଶି ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ରଜେଶ ରଞ୍ଜନ । ଏହି ନୂଆ ନିୟମ ଲାଗୁ ହେବା ପୂର୍ବରୁ ସବୁ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଅନ୍ତଃରାଷ୍ଟ୍ରୀୟ ସ୍ତରର ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ ବୋଲି ରଜେଶ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe