‘କିଲିମାଞ୍ଜାରୋ’ଶୃଙ୍ଗ ଆରୋହଣ କଲେ ‘ସିଆଇଏସ୍‌ଏଫ୍‌’ ମହିଳା ସବ୍‌ ଇନ୍‌ସ୍‌‌ପେକ୍ଟର୍‌ ଗୀତା ସମୋତା

Advertisment
‘କିଲିମାଞ୍ଜାରୋ’ଶୃଙ୍ଗ ଆରୋହଣ କଲେ ‘ସିଆଇଏସ୍‌ଏଫ୍‌’ ମହିଳା ସବ୍‌ ଇନ୍‌ସ୍‌‌ପେକ୍ଟର୍‌ ଗୀତା ସମୋତା

Image Courtesy of India Today

ନୂଆଦିଲ୍ଲୀ: ଶନିବାର ଦିନ ‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ରେ (ସିଆଇଏସ୍‌ଏଫ୍‌) ସବ୍‌ଇନ୍‌ପେକ୍ଟର୍‌ ଥିବା ଗୀତା ସମୋତା ସଫଳତାର ସହ ଆଫ୍ରିକାର ଉଚ୍ଚତମ ପର୍ବତ ଶୃଙ୍ଗ ‘କିଲିମାଞ୍ଜାରୋ’ ଆରୋହଣ କରିଥିବା କଥା ତାଞ୍ଜାନିଆସ୍ଥିତ ଭାରତୀୟ ହାଇକମିସନର୍‌ ବିନୟ ପ୍ରଧାନ କହିଛନ୍ତି।

ଏହା ବ୍ୟତିରେକେ, ଗତ ମାସରେ ମଧ୍ୟ ଗୀତା ରୁଷ୍‌ରେ ଅବସ୍ଥିତ ଇଉରୋପ୍‌ର ଉଚ୍ଚତମ ଶୃଙ୍ଗ ‘ଏଲ୍‌ବ୍ରସ୍‌’ ଆରୋହଣ କରିଥିଲେ। ଆଫ୍ରିକା ଏବଂ ରୁଷ୍‌ରେ ଅବସ୍ଥିତ ଉପରୋକ୍ତ ଦୁଇଟି ଶୃଙ୍ଗ ଆରୋହଣ କରିବାରେ ୩୧ ବର୍ଷୀୟ ଗୀତା ହେଉଛନ୍ତି ‘କ୍ଷିପ୍ରତମ ଭାରତୀୟ’।

ଟୁଇଟ୍‌ କରି ହାଇକମିସନର୍‌ ବିନୟ ପ୍ରଧାନ ଲେଖିଛନ୍ତି, ସଫଳତାର ସହ ଆଫ୍ରିକାର ଉଚ୍ଚତମ ଶୃଙ୍ଗ ‘କିଲିମାଞ୍ଜାରୋ’ ଆରୋହଣ କରିଥିବା ଗୀତା ସମୋତାଙ୍କୁ ଅଭିନନ୍ଦନ। ଦୁଇଟି ଶୃଙ୍ଗ (ଅଗଷ୍ଟ ୧୩ ତାରିଖରେ ‘ଏଲ୍‌ବ୍ରସ୍‌’ ଏବଂ ସେପ୍ଟେମ୍ବର ୧୧ ତାରିଖରେ ‘କିଲିମାଞ୍ଜାରୋ’) ଆରୋହଣ କରି ସେ ‘କ୍ଷିପ୍ରତମ ଭାରତୀୟ’ ଭାବେ ଖ୍ୟାତି ଅର୍ଜନ କରିଛନ୍ତି।

publive-image Image Courtesy of India Today

ସଫଳତାର ସହ ଶୃଙ୍ଗର ଚୂଡ଼ାରେ ପହଞ୍ଚିବା ପରେ ଗୀତା ସମୋତା ମଧ୍ୟ ଟୁଇଟ୍‌ କରିଥିଲେ, ଆପଣା ଉପରେ ବିଶ୍ବାସ ରଖ ଓ ବିଶ୍ବବାସୀ ଆପଣଙ୍କ ସଫଳତାକୁ ସ୍ବୀକୃତି ଦିଅନ୍ତୁ। ଆଫ୍ରିକାର ଛାତ ‘କିଲିମାଞ୍ଜାରୋ’ ଶୃଙ୍ଗରେ ମହିଳାଙ୍କ ସାମର୍ଥ୍ୟ ପ୍ରଜ୍ଜ୍ବଳିତ ହୋଇଛି। ଭାରତୀୟ ଏବଂ ‘ସିଆଇଏସ୍‌ଏଫ୍‌ ଗାର୍ଲ’ ଗର୍ବିତ। ଜୟ ହିନ୍ଦ୍’

‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ ମଧ୍ୟ ଟୁଇଟ୍‌ କରି ଗୀତାଙ୍କୁ ଅଭିନନ୍ଦନ ଜଣାଇଛି।

୨୦୧୧ରେ ‘ସିଆଇଏସ୍‌ଏଫ୍‌’ରେ ଯୋଗ ଦେଇଥିବା ଗୀତା ସମୋତା ୨୦୧୨ରେ ୟୁନିଟ୍‌ରେ ଥିଲେ। ସେ ମଧ୍ୟ ଉତ୍ତରାଖଣ୍ଡରେ ଅବସ୍ଥିତ ୭୦୭୫ ଉଚ୍ଚ ସତୋପନ୍ତ ଶୃଙ୍ଗ ଏବଂ ନେପାଳରେ ଥିବା ଲୋବୁଚେ ଶୃଙ୍ଗ ଆରୋହାଣ କରିଛନ୍ତି। ଏହାଛଡ଼ା, ସେ ‘ସିଏପିଏଫ୍‌’ର  ‘ମାଉଣ୍ଟ୍‌ ଏଭରେଷ୍ଟ୍‌ ଏକ୍ସପେଡିସନ୍‌ ଟିମ୍‌’ର ସଦସ୍ୟା ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe