ଇସ୍ରାଏଲ୍‌ ବିରୋଧୀ ପୋଷ୍ଟ୍‌ରେ ହିଟ୍‌ଲର୍‌ଙ୍କ ଦୃଷ୍ଟାନ୍ତ ଦେଇଥିବା ମହିଳା କର୍ମଚାରୀଙ୍କୁ ବହିଷ୍କାର କଲା ‘ସିଟିବ୍ୟାଙ୍କ୍‌’

Advertisment
ଇସ୍ରାଏଲ୍‌ ବିରୋଧୀ ପୋଷ୍ଟ୍‌ରେ ହିଟ୍‌ଲର୍‌ଙ୍କ ଦୃଷ୍ଟାନ୍ତ ଦେଇଥିବା ମହିଳା କର୍ମଚାରୀଙ୍କୁ ବହିଷ୍କାର କଲା ‘ସିଟିବ୍ୟାଙ୍କ୍‌’

Image Courtesy of NDTV

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିବା ଇସ୍ରାଏଲ୍‌ ବିରୋଧୀ ପୋଷ୍ଟ୍‌ ନରସଂହାର ସମୟରେ ହିଟ୍‌ଲର୍‌ଙ୍କ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବା ଭଳି ମନେହେବାରୁ ଆମେରିକାର ‘ସିଟିଗ୍ରୁପ୍‌’ ନୋଜିମା ହୁସେନୋଭା ନାମ୍ନୀ ଜଣେ ‘ସିଟି ପର୍ସନାଲ୍‌ ବ୍ୟାଙ୍କର୍‌’ଙ୍କୁ ବହିଷ୍କାର କରିଥିବା କଥା ‘ଦି ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

‘ଇନ୍‌ଷ୍ଟାଗ୍ରାମ୍‌’ରେ ହୁସେନୋଭା କରିଥିବା ପୋଷ୍ଟ୍‌ରେ ଲେଖିଛନ୍ତି: ହିଟ୍‌ଲର୍‌ କାହିଁକି ସେମାନଙ୍କୁ ନିପାତ କରିବାକୁ ଚାହୁଁଥିଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସମ୍ପ୍ରତି ‘ଡିଲିଟ୍‌’ କରାଯାଇଥିବା ଉକ୍ତ ପୋଷ୍ଟ୍‌ରେ ସେ ଇସ୍ରାଏଲ୍‌ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଗାଜା ଡାକ୍ତରଖାନା ଉପରେ ପଡ଼ିଥିବା ବୋମା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ୨୫ ବର୍ଷୀୟ ହୁସେନୋଭା ଏଭଳି ମନ୍ତବ୍ୟ ଦେଇଥିଲେ। କିନ୍ତୁ, ପରେ ଜଣାପଡ଼ିଲା ଯେ, ହମାସ୍‌ ନିକ୍ଷେପ କରିଥିବା ରକେଟ୍‌ ଲକ୍ଷ୍ୟଭ୍ରଷ୍ଟ ହେବାରୁ ଏଭଳି ଅଘଟଣ ଘଟିଲା।

publive-image Image Courtesy of AdvisorHub

‘ସିଟି’ର ଜଣେ ମୁଖପାତ୍ର କହିଛନ୍ତି, ସାମାଜିକ ଗଣମାଧ୍ୟମରେ ବିଦ୍ରୋହ ଉଦ୍ରେକକାରୀ ଇହୁଦୀ ବିରୋଧୀ ଟିପ୍ପଣୀ ଦେଇଥିବା ଜଣେ ବ୍ୟକ୍ତିଙ୍କର ଚାକିରି ଆମେ ବରଖାସ୍ତ କରିଛୁ। ଆମେ ଇହୁଦୀ ବିରୋଧୀ ଓ ବିଦ୍ବେଷାତ୍ମକ ଭାଷଣକୁ ନିନ୍ଦା କରୁ ଏବଂ ଆମ ବ୍ୟାଙ୍କ୍‌ରେ ଏହା ଅସହ୍ୟ।

ନୋଜିମାଙ୍କ ‘ଇନ୍‌ଷ୍ଟାଗ୍ରାମ୍‌’ ପୋଷ୍ଟ୍‌ର ସ୍କ୍ରିନ୍‌ସଟ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା।

ସୂଚନାଯୋଗ୍ୟ, ପ୍ରାୟ ୨ ବର୍ଷ ହେବ ନୋଜିମା ‘ସିଟି’ରେ ଜଣେ ପର୍ସନାଲ୍‌ ବ୍ୟାଙ୍କର୍‌ ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କ୍‌ କହିଛି, ତାଙ୍କର କାର୍ଯ୍ୟ ହେଉଛି, ବିଶ୍ବସ୍ତତା ସୃଷ୍ଟି ନିମନ୍ତେ ଗ୍ରାହକମାନଙ୍କ ସହିତ ସମ୍ପର୍କ ବୃଦ୍ଧି କରିବା ଓ ବ୍ୟାଙ୍କ୍‌ର ବ୍ୟବସାୟ ବୃଦ୍ଧିରେ ସହାୟକ ହେବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe