image source-oneindia
ପାଟନା: ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଦେବା ପ୍ରସଙ୍ଗରେ ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କ ବିରୋଧକୁ ନେଇ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜେଡିୟୁର ରାଜ୍ୟସଭା ସାଂସଦ ଆରସିପି ସିଂହ କହିଛନ୍ତି ଯେ, ଯିଏ ନାଗରିକତା ସଂଶୋଧନ ବିଲକୁ ଦଳରେ ବିରୋଧ କରୁଛନ୍ତି ,ସେ ନିଜର ଅଲଗା ରାସ୍ତା ବାଛିପାରନ୍ତି, କାରଣ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିବା ଦଳର ସର୍ବସମ୍ମତ ନିଷ୍ପତ୍ତି।
image source-The Hinduଜେଡିୟୁର ବିହାର ପ୍ରଦେଶ ଅଧ୍ୟକ୍ଷ ବଶିଷ୍ଠ ନାରାୟଣ ସିଂହ କହିଛନ୍ତି ଯେ, ଯଦି ଦଳର କୌଣସି ନିଷ୍ପତ୍ତିରେ କେହି ଅସହମତ ତେବେ, ତାଙ୍କୁ ଏହି ବିଷୟ ଦଳୀୟ ଫୋରମରେ ରଖିବା ଦରକାର, ସାର୍ବଜନୀନ ବୟାନବାଜିରୁ ନିବୃତ୍ତ ରହିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯିଏ ଦଳର ଧାରାରୁ ବାହାରକୁ ଯାଇ ବୟାନବାଜି କରିବ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଲକୁ ଜେଡିୟୁ ସମର୍ଥନ ଦେବା ପ୍ରସଙ୍ଗରେ ପ୍ରଶାନ୍ତ କିଶୋର ଗତକାଲି ଟୁଇଟ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
Follow Us