ନାଗରିକତା ସଂଶୋଧନ ବିଲ୍‌: ଗୌହାଟିରେ କର୍ଫ୍ୟୁ ଅମାନ୍ୟ; ସେନାର ଫ୍ଲାଗ୍‌ ମାର୍ଚ ଜାରି

Advertisment
ନାଗରିକତା ସଂଶୋଧନ ବିଲ୍‌: ଗୌହାଟିରେ କର୍ଫ୍ୟୁ ଅମାନ୍ୟ; ସେନାର ଫ୍ଲାଗ୍‌ ମାର୍ଚ ଜାରି

Image Courtesy of Rediff.com

ଗୌହାଟି: ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ପ୍ରତିବାଦପୂର୍ବକ ଗୁରୁବାର ସକାଳେ ଗୌହାଟିରେ ଲୋକେ କର୍ଫ୍ୟୁ ଅମାନ୍ୟ କରିଛନ୍ତି। ସମଗ୍ର ଆସାମର ପରିସ୍ଥିତି ଉତ୍ତେଜନାମୟ ଥିବାରୁ ସେନାବହିନୀ ତରଫରୁ ଗୌହାଟି ସହରରେ ଫ୍ଲାଗ୍‌ ମାର୍ଚ ହେଉଛି।

ଗୌହାଟି ନାଗରିକତା ସଂଶୋଧନ ବିଧେୟକ ବିରୋଧର କେନ୍ଦ୍ରସ୍ଥଳ ହୋଇଥିବାରୁ ଗତରାତିରୁ ସେଠାରେ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ କର୍ଫ୍ୟୁ ଜାରି କରାଯାଇଛି। ଚାରିଟି ସ୍ଥାନକୁ ସେନାବାହିନୀ ଡକା ଯାଇଥିବା ବେଳେ ବୁଧବାର ଦିନ ତ୍ରିପୁରାରେ ଆସାମ ରାଇଫଲ୍‌ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

publive-image Image Source: The Hindu

ଆଜି ପୂର୍ବାହ୍ନ ୧୧ଟା ସମୟରେ ଅଲ୍‌ ଆସାମ୍‌ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ ଗୌହାଟିରେ ପ୍ରତିବାଦ ଡାକରା ଦେଇଛି। ରାସ୍ତାକୁ ଆସି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ କୃଷକ ମୁକ୍ତି ସଂଗ୍ରାମ ସମିତି ମଧ୍ୟ ଲୋକମାନଙ୍କୁ ନିବେତନ କରିଛି।

କର୍ଫ୍ୟୁ ସତ୍ତ୍ୱେ ଗତ ରାତିରେ ଲୋକେ ରାସ୍ତାଘାଟରେ ଥିଲେ।

ଗୁରୁବାର ସକାଳୁ ସେନାବାହିନୀ ସହରରେ ଫ୍ଲାଗ୍‌ ମାର୍ଚ କରିଛି। ଅବରୋଧ ଯୋଗୁଁ ଆସାମର କେତେକ ସହରରେ ଗାଡ଼ିମଟର ଅଟକି ରହିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe