ସ୍ଥିତି ସଙ୍ଗୀନ୍‌: ମେଘାଳୟକୁ ସିଏବିରୁ ବାଦ୍‌ ଦେବା ପାଇଁ ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଦିଲ୍ଲୀ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମା

ସ୍ଥିତି ସଙ୍ଗୀନ୍‌: ମେଘାଳୟକୁ ସିଏବିରୁ ବାଦ୍‌ ଦେବା ପାଇଁ ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଦିଲ୍ଲୀ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମା

New Indian Express

ନୂଆଦିଲ୍ଲୀ: ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହୋଇଯିବା ପରେ ପରେ ଦେଶର ଉତ୍ତରପୂର୍ବାଞ୍ଚଳ ସମେତ ମେଘାଳୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ସମଗ୍ର ମେଘାଳୟରେ ଗତ ସୋମବାରଠାରୁ ଅସନ୍ତୋଷର ନିଆଁ ଜଳୁଛି। ରାଜ୍ୟବାସୀ ରାଜରାସ୍ତାକୁ ଓହ୍ଲାଇ ଆସିବା ସହ ବିଲ୍‌କୁ ବିରୋଧ କରି ତୀବ୍ର ହିଂସା ଜାରି କରିଛନ୍ତି।

publive-image India Today

ମେଘାଳୟର ଆଇନ୍‌ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖିବା ପରେ ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମା ଶେଷରେ ଉପାୟ ଶୂନ୍ୟ ହୋଇ ସଙ୍ଗରେ ରାଜ୍ୟର ଅନ୍ୟ ମନ୍ତ୍ରୀମାନଙ୍କୁ ଧରି ସିଲଂରୁ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଆସିଛନ୍ତି। ସେ ଓ ତାଙ୍କ ମନ୍ତ୍ରୀମାନେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ସମଗ୍ର ମେଘାଳୟକୁ ନାଗରିକତା ସଂଶୋଧନ ବିଲ୍‌ରୁ ବାଦ୍‌ ଦେବା ପାଇଁ ଅନୁରୋଧ କରିବେ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe