ଟ୍ରେନ୍‌ ଯାତ୍ରା ସମୟରେ ହଜି ଯାଇଥିବା ସିଭିଲ୍ ଜଜ୍ ଆଶାୟୀ ଠାବ ହେଲେ

Advertisment

ମଧ୍ୟପ୍ରଦେଶର ସିଭିଲ୍ ଜଜ୍ ଆଶାୟୀଙ୍କ ରହସ୍ୟମୟ ନିଖୋଜ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ତାଙ୍କୁ ଠାବ କରାଯାଇଛି। ୨୯ ବର୍ଷୀୟା ଅର୍ଚ୍ଚନା ତିୱାରୀ ଶେଷ ଥର ପାଇଁ ଇନ୍ଦୋରରୁ କଟନିକୁ ଟ୍ରେନରେ ଯାତ୍ରା କରିଥିଲେ ବୋଲି ଜଣାପଡ଼ିଛି।

ମଧ୍ୟପ୍ରଦେଶର ସିଭିଲ୍ ଜଜ୍ ଆଶାୟୀଙ୍କ ରହସ୍ୟମୟ ନିଖୋଜ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ତାଙ୍କୁ ଠାବ କରାଯାଇଛି। ୨୯ ବର୍ଷୀୟା ଅର୍ଚ୍ଚନା ତିୱାରୀ ଶେଷ ଥର ପାଇଁ ଇନ୍ଦୋରରୁ କଟନିକୁ ଟ୍ରେନରେ ଯାତ୍ରା କରିଥିଲେ ବୋଲି ଜଣାପଡ଼ିଛି।

New Project (30)

ଭୋପାଳ: ମଧ୍ୟପ୍ରଦେଶର ସିଭିଲ୍ ଜଜ୍ ଆଶାୟୀଙ୍କ ରହସ୍ୟମୟ ନିଖୋଜ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ତାଙ୍କୁ ଠାବ କରାଯାଇଛି। ୨୯ ବର୍ଷୀୟା ଅର୍ଚ୍ଚନା ତିୱାରୀ ଶେଷ ଥର ପାଇଁ ଇନ୍ଦୋରରୁ କଟନିକୁ ଟ୍ରେନରେ ଯାତ୍ରା କରିଥିଲେ ବୋଲି ଜଣାପଡ଼ିଛି। କିନ୍ତୁ ସେବେଠାରୁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଏବେ ଏହା ଜଣାପଡିଛି ଯେ ସେ ଗ୍ୱାଲିୟରରେ ନିୟୋଜିତ ଜଣେ କନଷ୍ଟେବଳଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଏବେ ତାଙ୍କୁ ପଚରାଉଚରା କରାଯାଉଛି।

ତାଙ୍କ ଭାଇ ଦିବ୍ୟାଂଶୁ ମିଶ୍ର ଗଣମାଧ୍ୟମରେ କହିଛନ୍ତି ଯେ ସେ ଜୀବିତ ଅଛନ୍ତି ଏବଂ ପୁଲିସ ଅଧିକ ସୂଚନା ପ୍ରଦାନ କରିବ। ଭୋପାଳ ରେଳ ଡିଭିଜନର ପୁଲିସ ଅଧିକ୍ଷକ ରାହୁଲ କୁମାର ଲୋଧା କହିଛନ୍ତି କି ଏ ନେଇ ପୁଲିସ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି।

ସୂତ୍ର ଅନୁସାରେ ଅର୍ଚ୍ଚନା ତାଙ୍କ ମାଆଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏବଂ ସେ କେଉଁଠି ଅଛନ୍ତି (ଲୋକେସନ୍‌) ମଧ୍ୟ ସେୟାର କରିଛନ୍ତି। ତାଙ୍କୁ ନେବା ପାଇଁ ଏକ ରେଳବାଇ ପୁଲିସ ଦଳ ସେହି ସ୍ଥାନକୁ ଯାଇଥିବା ବିଶ୍ୱାସ କରାଯାଉଛି।

ଆଇନ ସ୍ନାତକ ଅର୍ଚ୍ଚନ‌ା ଇନ୍ଦୋରରେ ନ୍ୟାୟିକ ସେବା ପାଇଁ ପ୍ରସ୍ତୁତି କରୁଥିଲେ। ସେ ଅଗଷ୍ଟ ୭ ତାରିଖରେ ଇନ୍ଦୋର-ବିଳାସପୁର ନର୍ମଦା ଏକ୍ସପ୍ରେସରେ ଯାତ୍ରା କରିଥିଲେ। ରାତି ୧୦:୧୫ ରେ ଟ୍ରେନ୍ ଭୋପାଳ ପହଞ୍ଚିବା ପରେ ସେ ତାଙ୍କ ମାଆଙ୍କ ସହ ଶେଷ ଥର କଥା ହୋଇଥିଲେ। ଏହା ପରେ ସେ ନିଖୋଜ ହୋଇ ଯାଇଥିଲେ।

ପୁଲିସ ତାଙ୍କ ବ୍ୟାଗକୁ ଉମାରିଆ ଷ୍ଟେସନରେ ପରିତ୍ୟକ୍ତ ଅବସ୍ଥାରେ ପାଇଲା। ତାଙ୍କର ଶେଷ ମୋବାଇଲ୍ ଲୋକେସନ୍ ଭୋପାଳର ରାଣୀ କମଳାପତି ଷ୍ଟେସନରେ ଚିହ୍ନଟ ହୋଇଥିଲା। 

ଏହାପରେ ପୁଲିସ ବିଭିନ୍ନ ରେଳ ଷ୍ଟେସନରେ ଥିବା ୯୭ଟି କ୍ୟାମେରାର ଫୁଟେଜ୍ ସ୍କାନ କରିଥିଲା। ତିନୋଟି ପୁଲିସ ଦଳ ନିୟୋଜିତ କରାଯାଇଥିଲା।  ବୁଧନି ଏବଂ ବରଖେଡା ମଧ୍ୟରେ ଥିବା ଏକ ପାହାଡିଆ ଅଞ୍ଚଳ ମିଡଘାଟର ଜଙ୍ଗଲ ଅଞ୍ଚଳକୁ ସ୍ନିଫର କୁକୁର ଏବଂ ଡ୍ରୋନ୍ ସାହାଯ୍ୟରେ ସନ୍ଧାନ କରାଯାଇଥିଲା।

ଅର୍ଚ୍ଚନା‌ ତିୱାରୀଙ୍କ କଲ୍ ବିବରଣୀ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକର ବିଶ୍ଳେଷଣ କରାଯାଇଥିଲା।  ତାଙ୍କ ବନ୍ଧୁ ଏବଂ ସହପାଠୀମାନଙ୍କୁ; ଯେଉଁମାନେ ତାଙ୍କ ସହିତ ନିୟମିତ ଯୋଗାଯୋଗରେ ଥିଲେ, ପଚରାଉଚରା କରାଯାଇଥିଲା। ଏହା ବ୍ୟତୀତ, ପୁଲିସ ଟ୍ରେନ୍ ଟିକେଟ୍ ଚେକର, କୋଚ୍ ପରିଚାରକ ଏବଂ ସହଯାତ୍ରୀମାନଙ୍କୁ ମଧ୍ୟ ପଚରାଉଚରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe