୨୦୨୦ରେ ଓଡ଼ିଶାରେ ଅଧିକ ୨୦,୦୩୫ ଲୋକଙ୍କ ମୃତ୍ୟୁ

Advertisment

ସିଭିଲ ‌ରେଜିଷ୍ଟ୍ରେସନ ସିଷ୍ଟମ ରିପୋର୍ଟ-୨୦୨୦

ସିଭିଲ ‌ରେଜିଷ୍ଟ୍ରେସନ ସିଷ୍ଟମ ରିପୋର୍ଟ-୨୦୨୦

ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ନୂଆଦିଲ୍ଲୀ : ଓଡ଼ିଶାରେ ୨୦୧୯ ତୁଳନାରେ ୨୦୨୦ରେ ଅଧିକ ୨୦,୦୩୫ ଲୋକଙ୍କ ମୃତ୍ୟୁହୋଇଛି। ୨୦୧୯ରେ ରାଜ୍ୟରେ ୩,୪୨,୯୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୩,୬୨,୯୮୨ କୁ ବୃଦ୍ଧିପାଇଛି। କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅଧୀନସ୍ଥ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ଦ୍ବାରା ପ୍ରକାଶିତ ସିଭିଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ (ସିଆର୍‌ଏସ୍‌)-୨୦୨୦ରେ ଏହା ଉଲ୍ଲେଖ କରାଯାଇଛି। ଗତକାଲି ଏହି ରିପୋର୍ଟ ପ୍ରକାଶପାଇଛି। କରୋନା ମହାମାରୀ ବର୍ଷରେ ଏହି ମୃତ୍ୟୁ ବଢ଼ିଥିବା ବେଳେ କରୋନା ସମ୍ପର୍କରେ ରିପୋର୍ଟରେ କିଛି କୁହାଯାଇନାହିଁ। ମୃତକମାନଙ୍କ ମଧ୍ୟରୁ ୨,୬୭,୪୬୩ ଗ୍ରାମାଞ୍ଚଳରୁ ହୋଇଥିବା ବେଳେ ସହରାଞ୍ଚଳରୁ ରହିଛନ୍ତି ୯୫,୫୧୯। ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଦେଶରେ ୨୦୨୦ରେ ମୃତ୍ୟୁ ସଂଖ୍ୟା ୬ ପ୍ରତିଶତ ବଢ଼ିଛି। ଦେଶରେ ୨୦୧୯ରେ ୭୬,୪୧,୦୭୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ଏହା ୮୧,୧୫,୮୮୨ରେ ପହଞ୍ଚିଛି।

ଉକ୍ତ ବର୍ଷରେ ଗୋଟିଏ ପଟେ ମୃତ୍ୟୁ ସଂଖ୍ୟା ବଢ଼ିଥିବା ବେଳେ ଜନ୍ମ ସଂଖ୍ୟାକମିଛି। ୨୦୧୯ରେ ଓଡ଼ିଶାରେ ଜନ୍ମ ପଞ୍ଜୀକରଣର ସଂଖ୍ୟା ୬,୭୫,୨୭୬ ହୋଇଥିବା ବେଳେ ୨୦୨୦ର ଏହି ସଂଖ୍ୟା ରହିଛି ୬,୭୧,୩୫୫। ଅର୍ଥାତ୍‌ ଜନ୍ମ ସଂଖ୍ୟା କମିଛି ୩,୯୨୧। ଓଡ଼ିଶାରେ ୨୦୧୧ ରୁ ୨୦୨୨ ପର୍ଯ୍ୟନ୍ତ ଉପଲବ୍‌ଧ ତଥ୍ୟକୁ ତର୍ଜମା କଲା ଜଣାପଡ଼େ ଯେ ୨୦୧୪ରେ ଓଡ଼ିଶାରେ ସର୍ବାଧିକ ୮,୦୦,୫୭୭ ଜନ୍ମ ପଂଜିକରଣ ହୋଇଥିଲା। ରାଜ୍ୟରେ ୨୦୨୦ରେ ସର୍ବାଧିକ ୩୪,୭୨୧ ଲୋକଙ୍କ ମୃତ୍ୟୁ କଟକ ଜିଲ୍ଲାରେ ହୋଇଥିବାବେଳେ ସର୍ବନିମ୍ନ ୨୪୩୬ ମୃତ୍ୟୁ ଦେବଗଡ଼ ଜିଲ୍ଲାରୁ ରେକର୍ଡ କରାଯାଇଛି। ସେହି ଭଳି ଉକ୍ତ ବର୍ଷ ଜନ୍ମ ପଞ୍ଜିକରଣ ଜିଲ୍ଲାୱାରି ତଥ୍ୟରୁ ଜଣାପଡ଼ିଛି ଯେ ସର୍ବାଧିକ ୫୪,୬୩୬ ଗଂଜାମ ଜିଲ୍ଲାରେ ହୋଇଥିବାବେଳେ ସର୍ବନିମ୍ନ ୨୯୮୦ ଦେବଗଡ଼ ଜିଲ୍ଲାରେ ହୋଇଛି। ରାଜ୍ୟରେ ୨୦୨୦ରେ ଶିଶୁ ଲିଙ୍ଗଗତ ହାର ୯୪୧ ଥିଲା। ପ୍ରତି ଏକ ହଜାର ପୁତ୍ର ସନ୍ତାନରେ ଜନ୍ମ ନେଇଥିଲେ ୯୪୧ କନ୍ୟା ସନ୍ତାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe