ପ୍ରକାଶ ପାଇଲା ‘୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ: ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ଟପ୍ପର୍‌

Advertisment
ପ୍ରକାଶ ପାଇଲା ‘୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ: ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ଟପ୍ପର୍‌

ନୂଆଦିଲ୍ଲୀ: ଜାନୁଆରି ୨୦୨୨ରେ ‘କେନ୍ଦ୍ରୀୟ ଲୋକସେବା ଆୟୋଗ’ଦ୍ବାରା ଆୟୋଜିତ ‘୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା’ର ଲିଖିତ ଫଳାଫଳ ଏବଂ ବ୍ୟକ୍ତିତ୍ବ ପରୀକ୍ଷା ନିମନ୍ତେ ଏପ୍ରିଲ୍‌-ମେ ୨୦୨୨ରେ ଅନୁଷ୍ଠିତ ସାକ୍ଷାତ୍‌କାରକୁ ଭିତ୍ତିକରି କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା ଆଜି ପ୍ରକାଶ ପାଇଛି।

ସମୁଦାୟ ୬୮୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ‘ଇଣ୍ଡିଆନ୍‌ ଆଡ୍‌ମିନିଷ୍ଟ୍ରଟିଭ୍‌ ସର୍ଭିସ୍‌’, ‘ଇଣ୍ଡିଆନ୍ ଫରେନ୍‌ ସର୍ଭିସ୍‌’ ଏବଂ ‘ଇଣ୍ଡିଆନ୍‌ ପୋଲିସ୍‌ ସର୍ଭିସ୍‌’ ଏବଂ ‘ସେଣ୍ଟ୍ରାଲ୍‌ ସର୍ଭିସେସ୍‌ ‘ଗ୍ରୁପ୍‌- ଏ’ ଓ ‘ଗ୍ରୁପ୍‌ ବି’ରେ ନିଯୁକ୍ତି ଦିଆଯିବାକୁ ସୁପାରିସ କରାଯାଇଛି।

publive-image

ଏହି ପରୀକ୍ଷାରେ ସର୍ବଭାରତୀୟସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମରେ ରହି ଟପର୍‌ ହୋଇଛନ୍ତି। ଏହି ତାଲିକାର ୨ୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ, ୩ୟ ସ୍ଥାନରେ ଗାମିନୀ ସିଙ୍ଗ୍‌ଲା ଓ ୪ର୍ଥ ସ୍ଥାନରେ ଐଶ୍ବର୍ଯ୍ୟା ବର୍ମା ରହିଛନ୍ତି।

ସେହିପରି ଉକ୍ତ ତାଲିକାରେ ଓଡ଼ିଶାର ଅଙ୍କୁର ଦାସ ୫୨, କାର୍ତ୍ତିକ ପାଣିଗ୍ରାହୀ ୬୩, ସୌରଭ ଅଗ୍ରୱାଲ୍‌ ୮୬,ବିଶ୍ବ ବିଶ୍ରୁତ ତ୍ରିପାଠୀ ୨୩୨, ସମୀର କୁମାର ଜେନା ୨୭୩, ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬, ମାନସରଞ୍ଜନ ସାହୁ ୫୧୩ ସ୍ଥାନରେ ରହିଛନ୍ତି।

ସର୍ବଭାରତୀୟ ସ୍ତରରେ ଜଣେ ପ୍ରାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe