ପୁସ୍ତକରେ ରାହୁଲ-ମନମୋହନଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଉତ୍ତେଜନା, ଓବାମାଙ୍କ ବିରୋଧରେ ଏତଲା ରୁଜୁ ପାଇଁ କୋର୍ଟରେ ଆବେଦନ 

Advertisment
ପୁସ୍ତକରେ ରାହୁଲ-ମନମୋହନଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଉତ୍ତେଜନା, ଓବାମାଙ୍କ ବିରୋଧରେ ଏତଲା ରୁଜୁ ପାଇଁ କୋର୍ଟରେ ଆବେଦନ 

indiatoday

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ବିରୋଧରେ ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲା କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଅଲ ଇଣ୍ଡିଆ ରୁରାଲ ବାର ଆସୋସିଏସନର ରାଷ୍ଟ୍ରୀୟ ସଭାପତି ଜ୍ଞାନ ପ୍ରକାଶ ଶୁକ୍ଲା ଲାଲଗଞ୍ଜ ସିଭିଲ କୋର୍ଟରେ ଅଭିଯୋଗ କରିଛନ୍ତି। ଓବାମାଙ୍କ ପୁସ୍ତକରେ ରାହୁଲ-ମନମୋହନଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଓବାମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜ୍ଞାନ ପ୍ରକାଶ ଶୁକ୍ଲା | ଡିସେମ୍ବର ୧ରେ ଏହା ଉପରେ ଶୁଣାଣି ହେବ ବୋଲି ଜଣା ପଡ଼ିଛି।

ଜ୍ଞାନ ପ୍ରକାଶ ଶୁକ୍ଲା କହିଛନ୍ତି ଯେ, ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୋଧରେ ଅଯଥା ବିବୃତି ଦେଇ ଭାରତର ନିର୍ବାଚନ ବ୍ୟବସ୍ଥାକୁ ଅବମାନନା କରିଛନ୍ତି ଏବଂ ନିର୍ବାଚନ ଆୟୋଗ ପରି ନିୟାମକ ସଂସ୍ଥା ସହିତ ସମ୍ବିଧାନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

पूर्व अमेरिकी राष्ट्रपति बराक ओबामा aajtak

ସୂଚନା ମୁତାବକ, କିଛି ଦିନ ତଳେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ବରାକ ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିସଡ୍ ଲାଣ୍ଡ’ରେ ଲେଖି ନିଜର ଅନୁଭୂତି ବାଣ୍ଟିଥିଲେ। ଏହି ପୁସ୍ତକ ଭାରତରେ ମଧ୍ୟ ଆଲୋଚନାର ବିଷୟ ପାଲଟିଥିଲା, କାରଣ ଏହି ପୁସ୍ତକ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ କେତେକଙ୍କ ବିଷୟରେ ଉଲ୍ଲେଖ କରାଯାଇଥିଲା।

ଓବାମାଙ୍କ ପୁସ୍ତକ ‘ଏ ପ୍ରମିସଡ୍ ଲାଣ୍ଡ’ରେ କୁହାଯାଇଥିଲା ଯେ, ରାହୁଲ ଜଣେ ଶଙ୍କାଗ୍ରସ୍ତ ଓ ଅପରିପକ୍ବ ବ୍ୟକ୍ତି । ସେ ଏପରି ଜଣେ ଛାତ୍ର ଯିଏକି ନିଜ ଶିକ୍ଷକଙ୍କୁ ଖୁସି  କରିବାକୁ ଚାହେଁ, କିନ୍ତୁ ତାଙ୍କର ନିଜ ବିଷୟ (ରାଜନୀତି) ଉପରେ ନା ଦକ୍ଷତା ଅଛି ନା ଦକ୍ଷତା ହାସଲ କରିବାକୁ ଆଗ୍ରହ ଅଛି । ଏହି ପୁସ୍ତକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିଷୟ‌ରେ କହିବାକୁ ଯାଇ ଓବାମା ଲେଖିଥିଲେ ଯେ, ସୋନିଆ ଗାନ୍ଧୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଥିଲେ କାରଣ ସେ ତାଙ୍କ ପୁଅ ରାହୁଲ ଗାନ୍ଧୀ, ଯାହାଙ୍କୁ ସେ ତାଙ୍କର ଉତ୍ତରାଧିକାରୀ ପାଇଁ ପ୍ରସ୍ତୁତ କରୁଥିଲେ, ତାଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe