ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି: ସେନା-ଇମ୍ରାନଙ୍କ ସମର୍ଥକ ମୁହାଁମୁହିଁ

ଇମ୍ରାନଙ୍କ ପାର୍ଟି ପିଟିଆଇର କର୍ମୀମାନେ ଦେଶର ବିଭିନ୍ନ ସ୍ଥାନରୁ ରାଜଧାନୀ ଇସଲାମାବାଦକୁ ଆସି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ମୁକ୍ତି ଦାବି କରିଛନ୍ତି। ହଜାର ହଜାର ଲୋକ ଏକାଠି ହେବା ପରେ ହିଂସାକାଣ୍ଡ ଘଟିଛି। ହିଂସାରେ ସୁରକ୍ଷା ବାହିନୀର କର୍ମଚାରୀଙ୍କୁ ଟାର୍ଗେଟ କରାଯାଇଛି...

WhatsApp Image 2024-11-26 at 3.52.45 PM

ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ତେହେରିକ-ଇ-ଇନସାଫ (ପିଟିଆଇ) କର୍ମୀଙ୍କ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି। ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ପାଇଁ ପିଟିଆଇ କର୍ମୀମାନେ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହୋଇଛନ୍ତି। ଫଳରେ ଦେଶର ରାଜଧାନୀରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ଏହି ହିଂସାରେ ୬ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିସହ ପିଟିଆଇର ଦୁଇ ଜଣଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ହିଂସା ମଧ୍ୟରେ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ତାଙ୍କ 'ଶପଥ' ପୂରଣ କରି ଇସଲାମାବାଦର ଡି-ଚୌକ ପହଞ୍ଚିଛନ୍ତି। ପିଟିଆଇ କର୍ମୀମାନେ ଡି-ଚୌକକୁ ଦଖଲ କରିଛନ୍ତି।

ସୁରକ୍ଷା ବାହିନୀ ବଳ ପ୍ରୟୋଗ କରି ବିକ୍ଷୋଭକାରୀଙ୍କୁ ଘଉଡ଼େଇବା ପାଇଁ ଲୁହବୁହା ଗ୍ୟାସ ସେଲ ଛାଡିଥିଲେ। ପ୍ରଦର୍ଶନ ହିଂସାତ୍ମକ ହେବା ପରେ ଇସଲାମାବାଦରେ ସେନା ମୁତୟନ କରାଯାଇଛି। ପାକିସ୍ତାନର ଗଣମାଧ୍ୟମ ଅନୁଯାୟୀ, ପ୍ରଦର୍ଶନକାରୀଙ୍କ ମୁକାବିଲା ପାଇଁ ଧାରା ୨୪୫ ଅନୁଯାୟୀ ସେନା ମୁତୟନ କରାଯାଇଛି। ବିକ୍ଷୋଭକାରୀମାନେ ଆକ୍ରମଣାତ୍ମକ ହେବା ପରେ ସେନାକୁ ଡକାଯାଇଥିବା ଜଣାଯାଇଛି।

ରେଞ୍ଜର୍ସମାନେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଥିବା ପିଟିଆଇ କହିଛି। ଦୁଇ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ପିଟିଆଇ ନେତାମାନେ ଅଭିଯୋଗ କରିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିବା ପାର୍ଟି କର୍ମୀଙ୍କ ଉପରେ ପ୍ରଥମେ ଲୁହବୁହା ଗ୍ୟାସ ସେଲ ଫିଙ୍ଗାଯାଇଥିଲା। ଏହା ପରେ ରେ ରେଞ୍ଜର୍ସମାନେ  ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବି, କେପି ସିଏମ ଅଲି ଅମିନ ଗନ୍ଦାପୁର ଏବଂ ଦଳର ନେତାମାନେ ତାଙ୍କୁ ମୁକ୍ତ କରିବାକୁ ଦାବି କରି ଇସଲାମାବାଦ ଅଭିମୁଖେ ଯାତ୍ରା କରିବାକୁ ଘୋଷଣା କରିଥିଲେ। ପିଟିଆଇ କର୍ମୀଙ୍କୁ ଅଟକାଇବା ପାଇଁ ଇସଲାମାବାଦକୁ ଯାଉଥିବା ରାସ୍ତାରେ ବ୍ୟାରିକେଡ୍ ଲଗାଯାଇଥିଲା। ଏହା ସତ୍ତ୍ବେ ପିଟିଆଇ କର୍ମୀଙ୍କୁ ଅଟକାଇ ପାରି ନ ଥିଲା।ଫଳରେ ଇସଲାମାବାଦ ସହର ଗତ ଦୁଇ ଦିନ ଧରି ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି।

ପାକ୍ ଖବରକାଗଜ ଜିଓ ନ୍ୟୁଜ୍ ଅନୁଯାୟୀ, ଖାଇବର ପସ୍ତୁନଖ୍ବା ମୁଖ୍ୟମନ୍ତ୍ରୀ ଅଲି ଅମିନ ଗନ୍ଦାପୁର ଏବଂ ପିଟିଆଇ ନେତା ଓମାର ଆୟୁବ ଏହି ପ୍ରତିବାଦ ସମୟରେ ଇମ୍ରାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ସହ ଅନେକ ଥର କଥା ହୋଇଥିଲେ। ସେ ବୁଶ୍ରାଙ୍କୁ ଡି-ଚୌକ ଆଡକୁ ଯିବା ପରିବର୍ତ୍ତେ ସାଙ୍ଗଜାନୀରେ ବିରୋଧ କରିବାକୁ ମନାଇବାକୁ ଚେଷ୍ଟା କରିଥିଲେ। ଡି-ଚୌକ ବିରୋଧର ନେତୃତ୍ୱ ନେବାକୁ ବୁଶ୍ରା ବିବି ସେହି ଅଭିମୁଖେ ଯିବାକୁ ଘୋଷଣା କରି ସେଠାରେ ପହଞ୍ଚିଥିଲେ।

ଅଧିକ ପଢ଼ନ୍ତୁ: ସଂସ୍କୃତ-ମୈଥିଲି ଭାଷାରେ ସମ୍ବିଧାନ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ କଲେ ଉନ୍ମୋଚନ

ସାଙ୍ଗଜାନୀରେ ଏହି ପ୍ରଦର୍ଶନ ଆୟୋଜନ ପାଇଁ ଦଳ ନେତାଙ୍କ ସହ ଗାନ୍ଦପୁର ଏବଂ ଆୟୁବ ସରକାରଙ୍କ ସହ ସହମତି ପ୍ରକାଶ କରିଥିବା ଜଣାଯାଇଛି। ବୁଶ୍ରା ବିବି ଏହି ଯୋଜନା ଗ୍ରହଣ କରିବାକୁ ମନା କରି ଡି-ଚୌକ ଆଡକୁ ଯିବାକୁ ଜିଦ୍ ଧରିଥିଲେ। ସମସ୍ତ ପରାମର୍ଶକୁ ଅଣଦେଖା କରି ସେ ତାଙ୍କ ସମର୍ଥକମାନଙ୍କୁ ଆଗକୁ ବଢ଼ିବାକୁ କହି ବିକ୍ଷୋଭର ନେତୃତ୍ବ ନେଇଥିଲେ।

ପିଟିଆଇ ବିକ୍ଷୋଭକାରୀ ଇସଲାମାବାଦରେ ପ୍ରବେଶ କରିବା ପରେ ଘଟିଥିବା ହିଂସାତ୍ମକ ଘଟଣାକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିନ୍ଦା କରିଛନ୍ତି। ସରିଫ କହିଛନ୍ତି ଯେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ମୋହସିନ୍ ନାକଭି ଏବଂ ବିଲାୱାଲ ଭୁଟ୍ଟୋ ଏହି ପ୍ରତିବାଦ ସମୟରେ ହୋଇଥିବା ହିଂସାକୁ 'ଆତଙ୍କବାଦ' ବୋଲି କହିଛନ୍ତି ଏବଂ ଏଥିପାଇଁ ଉତ୍ତରଦାୟିତ୍ୱ ରହିଥିବା ବ୍ୟକ୍ତିଙ୍କ ବିରୋଧରେ କଠ‌ୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ଅସୁସ୍ଥ ହୋଇ ଆପୋଲ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆର୍‌ବିଆଇ ଗଭର୍ଣ୍ଣର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe