ପାକ୍‌ରେ ଗୃହଯୁଦ୍ଧ ସ୍ଥିତି: ଦୁବାଇ ପଳାଇବାକୁ ସରିଫ୍‌ଙ୍କ ଯୋଜନା

ଭାରତ ବିରୋଧରେ ପାକିସ୍ତାନର ଯୁଦ୍ଧ ଶେହବାଜ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଭାରତ ଦେବା ପରେ ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିଛି।

ssdcxxcxc

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନର ଯୁଦ୍ଧ ଶେହବାଜ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଭାରତ ଦେବା ପରେ ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣର କେବଳ କଡ଼ା ଜବାବ ଭାରତ ଦେଇନାହିଁ ବରଂ ପାକିସ୍ତାନ ଉପରେ ଭାରତୀୟ ବାୟୁସେନା ଓ ନୌସେନା ବଡ଼ଧରଣର ଆକ୍ରମଣ କରିଛି। କରାଚୀ, ରାୱଲପିଣ୍ଡି ଭଳି ପାକିସ୍ତାନୀ ସହର ଏବେ ଭାରତୀୟ ସେନାର ଟାର୍ଗେଟ୍‌ରେ ରହିଛି। ଏଭଳି ସ୍ଥିତିରେ ପାକିସ୍ତାନ ଭିତରେ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ବିରୋଧରେ ମେଳି ଆରମ୍ଭ ହୋଇଯାଇଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ସରକାର ଉପରେ ଲୋକଙ୍କ ଭରସା ତୁଟିଯାଇଛି। ଭାରତର ଘନଘନ ଆକ୍ରମଣ ପରେ ପାକିସ୍ତାନ ଯେଉଁଭଳି ଅସହାୟ ହୋଇପଡ଼ିଛି, ତାହାକୁ ସେଠାକାର ଜନତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ନେଇ ପାକିସ୍ତାନ ସରକାର ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି।

ସେନାମୁଖ୍ୟ ଅସିମ ମୁନିର ହଟିବେ!

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ପାକିସ୍ତାନର ସେନାମୁଖ୍ୟ ଅସିମ ମୁନିର ଗିରଫ ହୋଇଥିବା କୁହାଯାଉଛି। ଜାତୀୟସ୍ତରର ସାମ୍ବାଦିକ ଭୂପେନ୍ଦ୍ର ଚୌବେ ଏ ନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍‌ କରିଛନ୍ତି। ଜେନେରାଲ୍‌ ସାହିର ସମସାଦ ମିର୍ଜାଙ୍କ ନେତୃତ୍ବରେ ସେନା କାର୍ଯ୍ୟ କରିବ ବୋଲି କୁହାଯାଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଅତୀତରେ ଯେତେ ଯୁଦ୍ଧ ହୋଇଛି କୌଣସି ସ୍ଥିତିରେ ଏତେ ଶୀଘ୍ର ପାକିସ୍ତାନରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିନାହିଁ। ବ୍ୟକ୍ତିଗତ ଏଜେଣ୍ଡା ଚଳାଇଥିବା ନେଇ ମୁନିରଙ୍କ ବିରୋଧରେ ଅଭିଯୋଗ ଆସିଛି। ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ଯେ ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିରଙ୍କୁ ଶୀଘ୍ର ତାଙ୍କ ପଦରୁ ବିଦା କରାଯିବା ସମ୍ଭାବନା ରହିଛି। ବ୍ୟକ୍ତିଗତ ଏଜେଣ୍ଡା ପାଇଁ ଦେଶକୁ ଧ୍ବଂସ ପଥରେ ଜେନେରାଲ୍‌ ଅସିମ ମୁନିର ନେଉଥିବା ନେଇ ପାକ୍‌ ‌ସେନା ଭିତରେ ବିଦ୍ରୋହର ସ୍ବର ଉଠିଛି। ମୁନିରଙ୍କୁ ହେପାଜତକୁ ନେଇ ଏକ ଅଜଣା ସ୍ଥାନରେ  ରଖାଯାଇଛି। ଦେଶଦ୍ରୋହ ଅଭିଯୋଗରେ ତାଙ୍କ ବିରୋଧରେ ସାମରିକ କୋର୍ଟରେ ବିଚାରଣ ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜଏଣ୍ଟ୍‌ ଚିଫ୍‌ସ ଅଫ୍‌ ଷ୍ଟାଫ୍‌ କମିଟିର ଚେୟାରମ୍ୟାନ ଜେନେରାଲ୍‌ ମିର୍ଜା ଜଣେ ଦକ୍ଷ ଅଧିକାରୀ ହୋଇଥିଲେ ମଧ୍ୟ ପୂର୍ବରୁ ସେନାମୁଖ୍ୟ ନିଯୁକ୍ତି ସମୟରେ ତାଙ୍କୁ ଅଣଦେଖା କରାଯାଇଥିଲା। ଉଭୟ ଚୀନ ଓ ‌ଆମେରିକାର ମଧ୍ୟ ତାଙ୍କ ପ୍ରତି ସମର୍ଥନ ରହିଥିବା କୁହାଯାଉଛି।

ଦୁବାଇ ପଳାଇବାକୁ ସରିଫ୍‌ଙ୍କ ଯୋଜନା
ନୂଆଦିଲ୍ଲୀ: ଭାରତ ସହିତ ଯୁଦ୍ଧ ଆରମ୍ଭ କରିଦେଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଦୁବାଇ ଚାଲିଯିବା ଲାଗି ଉଦ୍ୟମ କରୁଛନ୍ତି। ତାଙ୍କୁ ବିମାନ ଜରିଆରେ ଦୁବାଇ ପଠାଇବାକୁ ପ୍ରସ୍ତୁତି ଚାଲିଥିବା ଏକ ସୂତ୍ରରୁ ଜଣାଯାଇଛି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ପାକିସ୍ତାନ ଉପରେ ଡ୍ରୋନ୍ ଆକ୍ରମଣ ପରେ ପାକିସ୍ତାନର ନେତାମାନେ ଛାନିଆ ହୋଇପଡ଼ିଛନ୍ତି। ନିଜ ଜୀବନ ବଞ୍ଚାଇବା ଲାଗି ସେମାନେ ବିଦେଶ ପଳାଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ବ‌ଲୁଚ୍‌ ବିଦ୍ରୋହୀଙ୍କ କ୍ବେଟା ଦଖଲ
ନୂଆଦିଲ୍ଲୀ: ପାକିସ୍ତାନ ସେନା ବିରୋଧରେ ସେଠାରେ ବିଦ୍ରୋହ ଆରମ୍ଭ ହୋଇଯାଇଛି। ବଲୁଚିସ୍ତାନ ମୁକ୍ତି ସେନା ପକ୍ଷରୁ ପାକିସ୍ତାନ ସେନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ମାଟିରୁ ତଡ଼ିଛନ୍ତି। ଏଥି ସହିତ ସେମାନେ କ୍ବୋଟାକୁ ନିଜ କବ୍‌ଜାକୁ ଆଣିଥିବା ଦାବି ହେଉଛି। ବଲୁଚିସ୍ତାନ ମୁକ୍ତି ସେନା ପକ୍ଷରୁ କ୍ୟାପଟେନ୍‌ ସଫର ଖାନ ଚେକ୍‌ପୋଷ୍ଟ ଉପରେ ଆକ୍ରମଣ କରାଯାଇଥିଲା। ସେଠାରେ ଦୁଇ ବିସ୍ଫୋରଣ ଘଟିଥିଲା। କ୍ବେଟାର ହଜାରା ଟାଉନ୍ ଓ କିରାନି ରୋଡ୍‌ରେ ମଧ୍ୟ ସେମାନେ ବିସ୍ଫୋରଣ କରିବା ସହ ପାକିସ୍ତାନ ସେନାକୁ ଆକ୍ରମଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe