ଚୀନ୍‌-ଆମେରିକା ମୁହାଁମୁହିଁ

Advertisment

oଗତିପଥ ବଦଳାଇଲା ଆମେରିକାର ଯୁଦ୍ଧ ଜାହାଜ oଆଣ୍ଟି-ସିପ୍‌ କ୍ରୁଜ କ୍ଷେପଣାସ୍ତ୍ର ମୁତୟନ

oଗତିପଥ ବଦଳାଇଲା ଆମେରିକାର ଯୁଦ୍ଧ ଜାହାଜ oଆଣ୍ଟି-ସିପ୍‌ କ୍ରୁଜ କ୍ଷେପଣାସ୍ତ୍ର ମୁତୟନ

ଚୀନ୍‌-ଆମେରିକା ମୁହାଁମୁହିଁ

ୱାସିଂଟନ: ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ଗତକାଲି ଚୀନ୍‌ ଏବଂ ଆମେରିକାର ଯୁଦ୍ଧ ଜାହାଜ ପରସ୍ପରର ନିକଟତର ହୋଇଥିବାରୁ ଉତ୍ତେଜନା ବଢ଼ିବାରେ ଲାଗିଛି। ଚୀନ୍‌ର ଯୁଦ୍ଧ ଜାହାଜ ଆମେରିକା ଯୁଦ୍ଧ‌ ପୋତର ଅତି ନିକଟ ଦେଇ ଅତିକ୍ରମ କରିବା ପରେ ଆମେରିକୀୟ ଜାହାଜ ତା’ର ଗତିପଥ ବଦଳାଇବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ଚୀନ୍‌ ସାଗରରେ ଆମେରିକା ଏବେ ନିଜର ଶକ୍ତିଶାଳୀ ଯୁଦ୍ଧ ଜାହାଜକୁ ‘ମୁକ୍ତ ଚଳାଚଳ ଅଭିଯାନ’ରେ ସାମିଲ କରିଛି। ତେବେ ଚୀନ୍‌ ଏହାକୁ ବିରୋଧ କରି ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ତୟାର ବୋଲି ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଛି। ଆମେରିକା ଯୁଦ୍ଧପୋତର ପ୍ରଭାବକୁ ଗୌଣ କରିବାକୁ ଚୀନ୍‌ ତା’ର ମହାଶକ୍ତିଶାଳୀ ବୋମାବର୍ଷୀ ବିମାନ ମଧ୍ୟ ଉଡ଼ାଇଛି। ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ଆମେରିକା ଉଦ୍ଦେଶ୍ୟମୂଳକ ଭାବେ ଉତ୍ତେଜନା ବଢ଼ାଉଛି ଏବ˚ ଆମେ ଏହାକୁ ବରଦାସ୍ତ କରିବୁ ନାହିଁ । ଦକ୍ଷିଣ ଚୀନ୍‌ ସାଗରରେ କୌଣସି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ବାହ୍ୟ ରାଷ୍ଟ୍ର ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଚୀନ୍‌ କହିଛି।
ଏବେ ଚୀନ୍‌-ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିଥିବା ବେଳେ ଦକ୍ଷିଣ ଚୀନ୍‌ ସାଗରରେ ଏଭଳି ଉତ୍ତେଜନା ଦୁଇ ଦେଶ ମଧ୍ୟରେ ସଂପର୍କକୁ ଅଧିକ ତିକ୍ତ କରିଛି। ଚୀନ୍ ସ୍ଥଳରୁ ଆକାଶକୁ ଉତ୍‌କ୍ଷେପଣ କରାଯାଇପାରୁଥିବା ଆଣ୍ଟି-ସିପ୍‌ କ୍ରୁଜ କ୍ଷେପଣାସ୍ତ୍ର ମଧ୍ୟ ମୁତୟନ କରିଛି। ଦକ୍ଷିଣ ଚୀନ୍‌ ସାଗରରେ ଦୁଇ ମହାଶକ୍ତିଙ୍କ ଶକ୍ତି ପ୍ରଦର୍ଶନ ବିଶ୍ବ ଶାନ୍ତି ପାଇଁ ବିପଦର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe