ମେଡିକାଲ ନାମ ଲେଖା ଦୁର୍ନୀତି : ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ବହିଷ୍କାର ପାଇଁ ବାଟ ଫିଟିଲା

ମେଡିକାଲ ନାମ ଲେଖା ଦୁର୍ନୀତି : ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ବହିଷ୍କାର ପାଇଁ ବାଟ ଫିଟିଲା

ନୂଆଦିଲ୍ଲୀ: ମେଡିକାଲ ନାମ ଲେଖା ଦୁର୍ନୀତି ନେଇ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସଏନ ଶୁକ୍ଳାଙ୍କ ଠାରୁ ସମସ୍ତ ନ୍ୟାୟିକ କ୍ଷମତା କାଢ଼ି ନେବା ପାଇଁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ବି ଭୋସ୍‌ଲେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସିତି ଜଷ୍ଟି ଶୁକ୍ଳାଙ୍କୁ ବହିଷ୍କାର ପାଇ ପଦକ୍ଷେପ ନେବାରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ  ଅବଗତ କରିଛନ୍ତି। ତିନି ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ଇନ୍‌ ହାଉସ କମିଟି ଘରୋଇ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଅନୁମତି ନେଇ ଜଷ୍ଟିସ ଶୁକ୍ଳାଙ୍କୁ ବିରୋଧରେ କରିଥିବା ସୁପାରିଶ ଓ ନ୍ୟାୟିକ ପ୍ରକ୍ରିୟାର ଧାରା ୭ ( ୧) ଆଧାରରେ ଜଷ୍ଟିସ ମିଶ୍ର ପ୍ରଥମେ ଜଷ୍ଟିସ ଶୁକ୍ଳାଙ୍କୁ ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର ନେବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଜଷ୍ଟିସ ଶୁକ୍ଳା ଏହି ଦୁଇଟିକୁ ଗ୍ରହଣ ନ କରିବାରୁ ତାଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ବିଚାରପତି ଶ୍ରୀ ମିଶ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଏହି ନିର୍ଦ୍ଦେଶାନାମା ଫଳରେ ଜଷ୍ଟିସ ଶୁକ୍ଳାଙ୍କ ବିହାଷ୍କାର ସହିତ ତାଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିପାରିବା ନେଇ ବାଟ ଫିଟି ଯାଇଥିିବା କୁହାଯାଉଛି।

publive-image
ସୂଚନାଯୋଗ୍ୟ ଯେ, ଜଷ୍ଟିସ ଶୁକ୍ଳା ଆହ୍ଲାବାଦ ହାଇକୋର୍ଟର ଏକ ଖଣ୍ଡପୀଠର ଅଧ୍ୟକ୍ଷ ଥିବା ବେଳେ ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟର ବିଚାପତିଙ୍କ ଅକ୍ଷ୍ୟତାରେ ଗଠିତ ବେଞ୍ଚ ପ୍ରାଇଭେଟ ମେଡିକାଲ କଲେଜରେ ନାମ ଲେଖା ଉପରୋ ଯେଉଁ ରୋକ ଲଗାଇଥଲେ, ତାକୁ ବିରୋଧ କରି ୨୦୧୭-୧୮ ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବାକୁ ଘରୋଇ ମେଡିକାଲ କଲେଜ ଗୁଡ଼ିକୁ ଅନୁମତି ଦେଇଥିଲେ। ଏ ନେଇ ଜଷ୍ଟିସ ଶୁକ୍ଳାଙ୍କ ବିରୋଧରେ ଉତ୍ତରପ୍ରଦେଶର ଆଡ୍‌ଭୋକେଟ ଜେନେରାଲ ଅଭିଯୋଗ କରିଥିଳେ। ଏ ନେଇ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାପତି ଜଷ୍ଟିସ ଇନ୍ଦିରା ବାନାଜୀ, ସିକିମ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ କେ ଅଗ୍ନିହୋତୀ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ ପିକେ ଜୟସ୍ୱାଲଙ୍କୁ ନେଇ ଗଠିତ ଜୁଡିସିଆରିର ଇନ୍‌ହାଇସ କମିଟିର ତଦନ୍ତ ରିପୋର୍ଟରେ କୁହାଯାଇଥିଲା ଯେ ଘରୋଇ ମେଡିକାଲ କଲେଜରେ ୨୦୧୭-୧୮ ଶିକ୍ଷା ବର୍ଷ ପାଇଁ ନାମ ଲେଖା ନେଇ ସୁପ୍ରିମ୍‌ କୋର୍ଟର ପ୍ରତିବନ୍ଧକ ସତ୍ତ୍ୱେ ଜଷ୍ଟିସ ଶୁକ୍ଳା ଏହାକୁ ଅନୁମତି ଦେଇଛନ୍ତି। ଫଳରେ ଜଷ୍ଟିସ ଶୁକ୍ଳା ନ୍ୟାୟିକ ଜୀବନରେ ଥିବା ଗାରିମାକୁ କ୍ଷୁର୍ଣ୍ଣ କରିଛନ୍ତି।ଏବଂ ତାଙ୍କ କାର୍ଯ୍ୟାଳୟର ଗୌରବ ଓ ବିଶ୍ୱସନୀୟତାକୁ ମଧ୍ୟ ନ୍ୟୁନ କରିଛନ୍ତି। ଜଣେ ବିଚାରପତି ଭାବେ ଜଷ୍ଟିସ ଶୁକ୍ଳା ଯେଉଁ ଶପଥ ନେଇଥିଲେ ତାକୁ ମଧ୍ୟ ଅବମାନନା କରିଛନ୍ତି ବୋଲି କମିଟି ଉଲ୍ଲେଖ କରଛି। କମିଟି ଏ ନେଇ ଇନ୍‌ ହାଇସ ପ୍ରକିୟାର ପାରାଗ୍ରାଫ୍‌ ୭( ୨) ଅନୁଯାୟୀ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି।

publive-image
ଇନ୍‌ ହାଇସ ପ୍ରକିୟାର ପାରାଗ୍ରାଫ୍‌ ୭( ୨) ଅନୁଯାୟୀ, ଯଦି କୌଣସି ବିଚାରପତି ଏଭଳି ପରିସ୍ଥିତିରେ ଇସ୍ତଫା କିମ୍ବା ସ୍ୱେଛାକୃତ ଅବସର ଗ୍ରହଣ ନ କରନ୍ତି, ତେବେ, ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଚିଠି ଲେଖି ସମ୍ପୃକ୍ତ ବିଚାରପତିଙ୍କୁ କୌଣସି ନ୍ୟାୟିିକ କାର୍ଯ୍ୟ ଆବଣ୍ଟନ ନ କରିବାକୁ ନିଦ୍ଦେଶ ଦେଇଥାନ୍ତି ଓ ସମ୍ପୃକ୍ତ ବିଚାରପତିଙ୍କୁ କାର୍ଯ୍ୟାନ୍ତର ବା ବହିଷ୍କାର ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରାଯାଇଥାଏ।

publive-image
ଥରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ସମ୍ପୃକ୍ତ ବିଚାରପତିଙ୍କୁ ବହିଷ୍କାର ପାଇଁ ସୁପାରିଶ କରିବା ପରେ , ଉପରାଷ୍ଟପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଇନ ହାଉସ କମିଟିର ତଦନ୍ତ ସମ୍ପର୍କରେ ପ୍ରଧାନ ବିଚାରପତିଙ୍କ ସହିତ ଆଲୋଚନା କରିବା ପାଇଁ ୩ ଜଣ ଜଜ୍‌ଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରିଥାନ୍ତି। ଏହି ୩ ଜଣିଆ ତଦନ୍ତ କମିଟି ର ସୁପାରିଶ ଉପରେ ରାଜ୍ୟ ସଭାରେ ସମ୍ପୃକ୍ତ ବିଚାରପତଙ୍କ ବିରୋଧରେ ମହାଭିଯୋଗ ନେଇ ଆଲୋଚନା ହେବ କିମ୍ବା ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯାଇଥିାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe