Image Courtesy of India Today
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ନିମନ୍ତେ ବିଚାରପତିମାନଙ୍କ ନାମ ସୁପାରିସ ନିମନ୍ତେ ଆଜି ପାଇଁ ନିର୍ଦ୍ଧାରିତ ହୋଇଥିବା କଲେଜିୟମ୍ ବୈଠକକୁ ବାତିଲ କରିବା ଲାଗି ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େ ଅଗ୍ରାହ୍ୟ କରିଦେଇଛନ୍ତି।
ଦୁଇ ଦିନ ତଳେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍ଭି ରମନାଙ୍କ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ଜାରି କରାଯାଇ ସାରିଥିବାରୁ କଲେଜିୟମ୍ ବୈଠକ ନିମନ୍ତେ ‘ସିଜେଆଇ’ ବୋବ୍ଡ଼େଙ୍କ ନିଷ୍ପତ୍ତି କଥାରେ କେତେକ ବିଚାରପତି ଏକମତ ହୋଇ ନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭାରତର ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍ଭି ରମନାଙ୍କୁ ଏପ୍ରିଲ୍ ୬ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି। ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ସେ ଏପ୍ରିଲ୍ ୨୪ ଦାୟିତ୍ୱ ଗ୍ରହଣ କରିବେ।
The India Printକିନ୍ତୁ, କାର୍ଯ୍ୟକାଳ ଶେଷ ଆଡ଼କୁ କଲେଜିୟମ୍ ବୈଠକ ଡକାଇବାରେ ଭାରତର ପ୍ରଧାନ ବିଚାରପତିଙ୍କୁ ବାଧା ଦେବା ଲାଗି ‘ମେମୋରାଣ୍ଡମ୍ ଅଫ୍ ପ୍ରୋସିଜ୍ୟୁୟର୍’ରେ କୌଣସି ନିୟମ ନାହିଁ।
ସମ୍ପ୍ରତି ସୁପ୍ରିମ୍ କୋର୍ଟରେ ଛଅଟି ବିଚାରପତି ପଦବୀ ଖାଲି ଅଛି। ପ୍ରଧାନ ବିଚାରପତି ବୋବ୍ଡ଼େଙ୍କ ସମେତ ତିନିଜଣ ବିଚାରପତି ଏବର୍ଷ ଅବସର ଗ୍ରହଣ କରିବେ। କିନ୍ତୁ, ବାକି ବିଚାରପତି ପଦବୀ ପୂରଣ ଲାଗି ପ୍ରଧାନ ବିଚାରପତି ବୋବ୍ଡ଼େ ସରକାରଙ୍କୁ କାହାରି ନାମ ସୁପାରିସ କରିନାହାନ୍ତି।
ସୁପ୍ରିମ୍ କୋର୍ଟ ନିମନ୍ତେ ବିଚାରପତିଙ୍କ ନାମ ସୁପାରିସ କରିବା ନିମନ୍ତେ ଗଠିତ କଲେଜିୟମ୍ ପାଞ୍ଚଜଣ ବିଚାରପତିଙ୍କୁ ନେଇ ଗଠିତ। ଭାରତର ପ୍ରଧାନ ବିଚାରପତି ବୋବ୍ଡ଼େ ଏବଂ ବିଚାରପତି ରମନାଙ୍କ ବ୍ୟତୀତ ଏବେ ଏଥିରେ ବିଚାରପତି ରୋହିଙ୍ଗ୍ଟନ୍ ନରିମାନ୍, ୟୁୟୁ ଲଲିତ ଏବଂ ଏ ଏମ୍ ଖାନ୍ଓ୍ଵିଲ୍କର୍ ଅଛନ୍ତି।
Follow Us