ଏପ୍ରିଲ ୨୩ରେ ଅବସର ନେବେ ସିଜେଆଇ ବୋବଡେ: ପରବର୍ତ୍ତୀ ପ୍ରଧାନବିଚାରପତିଙ୍କ ନାମ ସୁପାରିସ କରିବାକୁ କହିଲେ ସରକାର

Advertisment
ଏପ୍ରିଲ ୨୩ରେ ଅବସର ନେବେ ସିଜେଆଇ ବୋବଡେ: ପରବର୍ତ୍ତୀ ପ୍ରଧାନବିଚାରପତିଙ୍କ ନାମ ସୁପାରିସ କରିବାକୁ କହିଲେ ସରକାର

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେ ଆସନ୍ତା ମାସରେ ଅବସର ନେ‌ବେ। ଆସନ୍ତା ଏପ୍ରିଲ ୨୩ ତାରିଖରେ ସେ ଅବସର ନେବାକୁ ଥିବାବେଳେ ଏହା ପୂର୍ବରୁ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ଦେବାପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏନେଇ ଜଷ୍ଟିସ୍‌ ବୋବଡେଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ବୋବଡେ ତାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାପାଇଁ ଏଥିରେ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ପାଇଁ ସରକାରଙ୍କର ଯେଉଁ ନିଯୁକ୍ତି ପ୍ରକ୍ରିୟା ରହିଛି ତାହା ଅନୁଯାୟୀ, ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ପ୍ରଧାନ ବିଚାରପତି ନିଯୁକ୍ତ ହେବେ। ତେବେ ଏହି ପଦରେ ରହିବାପାଇଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଠିକ୍‌ ଥିବା ସରକାର।

publive-image Bar and Bench

ନିୟମ ଅନୁଯାୟୀ ଆଇନ ମନ୍ତ୍ରୀ ସଠିକ୍‌ ସମୟରେ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ବର୍ତ୍ତମାନର ପ୍ରଧାନ ବିଚାରପତି ତଥା ବିଦାୟୀ ବିଚାରପତିଙ୍କ ସୁପାରିସ ନେଇଥାନ୍ତି। ଏହି ପ୍ରକ୍ରିୟା ଅଧୀନରେ ଆଇନ ମନ୍ତ୍ରୀ ସିଜେଆଇଙ୍କ ସୁପାରିସ ନେବାପରେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ରଖିବେ। ନିଯୁକ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଥାନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଙ୍କ ପରେ ବର୍ତ୍ତମାନ ସୁପ୍ରିମକୋର୍ଟର ଅନ୍ୟତମ ବରି‌ଷ୍ଠତମ ବିଚାରପତି ହେଉଛନ୍ତି ଜଷ୍ଟିସ୍‌ ଏନ୍‌ଭି ରମଣା। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୬,୨୦୨୨ ପର୍ଯ୍ୟନ୍ତ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe