ଏଣିକି ସୁପ୍ରିମକୋର୍ଟରେ ବୈବାହିକ ମାମଲାର ଶୁଣାଣି କରିବେ କେବଳ ମହିଳା ବିଚାରପତି

Advertisment

ମହିଳା ବିଚାରପତିଙ୍କୁ ନେଇ ଗଠନ ହେଲା ସ୍ୱତନ୍ତ୍ର ଖଣ୍ଡପୀଠ

ମହିଳା ବିଚାରପତିଙ୍କୁ ନେଇ ଗଠନ ହେଲା ସ୍ୱତନ୍ତ୍ର ଖଣ୍ଡପୀଠ

ଏଣିକି ସୁପ୍ରିମକୋର୍ଟରେ ବୈବାହିକ ମାମଲାର ଶୁଣାଣି କରିବେ କେବଳ ମହିଳା ବିଚାରପତି

Photo Courtesy: Live Law

ନୂଆଦିଲ୍ଲୀ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ ଗୁରୁବାର ଦିନ ବୈବାହିକ ବିବାଦ ଏବଂ ଏ ସଂପର୍କିତ ଜାମିନ ମାମଲାର ଶୁଣାଣି ପାଇଁ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ୍‌ ବେଲା ଏମ ତ୍ରିବେଦୀଙ୍କୁ ନେଇ ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଇତିହାସରେ ଏହା ହେଉଛି ତୃତୀୟ ଅବସର ଯେତେବେଳେ କି ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରାଯାଇଛି।

ଏହି ଦୁଇ ଜଣିଆ ସର୍ବମହିଳା ଖଣ୍ଡପୀଠ ବର୍ତ୍ତମାନ ଶୀର୍ଷ ଅଦାଲତର ୧୧ ନମ୍ବର କୋର୍ଟ ରୁମ୍‌ରେ ବସୁଛନ୍ତି। ଏହି ଖଣ୍ଡପୀଠ ନିକଟରେ ଏହା ପୂର୍ବରୁ ୩୨ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଏଥିମଧ୍ୟରେ ବୈବାହିକ ବିବାଦ ସହିତ ଜଡିତ ୧୦ଟି ମାମଲାର ସ୍ଥାନାନ୍ତର ଆବେଦନରୁ ଆରମ୍ଭ କରି ୧୦ଟି ଜାମିନ ଆବେଦନ ମାମଲା ରହିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୧୩ରେ ଜଷ୍ଟିସ ଜ୍ଞାନ ସୁଧା ମିଶ୍ର ଏବଂ ରଂଜନା ପ୍ରକାଶ ଦେଶାଇଙ୍କୁ ନେଇ ସର୍ବପ୍ରଥମ ସର୍ବମହିଳା ଖଣ୍ଡପୀଠ ଗଠନ କରାଯିବା ପରେ ୨୦୧୮ରେ ଜଷ୍ଟିସ ଆର ବନୁମତି ଏବଂ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଅନ୍ୟ ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରାଯାଇଥିଲା।

ଜଷ୍ଟିସ ହିମା କୋହଲି, ଜଷ୍ଟିସ୍‌ ବି ଭି ନାଗାରାଥନା ଏବଂ ଜଷ୍ଟିସ୍‌ ବେଲା ଏମ ତ୍ରିବେଦୀଙ୍କ ସମେତ ବର୍ତ୍ତମାନ ଶୀର୍ଷ ଅଦାଲତରେ ତିନି ଜଣ ମହିଳା ବିଚାରପତି ଅଛନ୍ତି। ଜଷ୍ଟିସ୍‌ ବି ଭି ନାଗାରାଥନା ମଧ୍ୟ ୨୦୨୭ରେ ଦେଶର ସର୍ବ ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି। ସର୍ବୋଚ୍ଚ ଅଦାଲତରେ ବର୍ତ୍ତମାନ ୩୪ ଜଣ ବିଚାରପତିଙ୍କ ପାଇଁ ଅନୁମୋଦିତ ବ୍ୟବସ୍ଥା ରହିଥିବାବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ୨୭ଜଣ ବିଚାରପତି ସର୍ବୋଚ୍ଚ ଅଦାଲତରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe