ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବାକୁ ଉତ୍ତର ପ୍ରଦେଶର ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦେଶକଙ୍କୁ ଭେଟିବେ ପ୍ରଧାନ ବିଚାରପତି ଗୋଗୋଇ

Advertisment
ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବାକୁ ଉତ୍ତର ପ୍ରଦେଶର ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦେଶକଙ୍କୁ ଭେଟିବେ ପ୍ରଧାନ ବିଚାରପତି ଗୋଗୋଇ

Image Courtesy of India Today

ନୂଆଦିଲ୍ଲୀ: ରାମ ମନ୍ଦିର ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପ୍ରକାଶ ପୂର୍ବରୁ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ପୁଲିସ ମହାନିର୍ଦେଶକ ଓମ୍‌ ପ୍ରକାଶ ସିଂହଙ୍କୁ ଡକାଇଛନ୍ତି।

ଅଯୋଧ୍ୟା ରାୟ ପ୍ରକାଶ ପାଇବା ଆଗରୁ ରାଜ୍ୟର ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା କରିବାକୁ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦେଶକଙ୍କ ସହ ପ୍ରଧାନ ବିଚାରପତି ଗୋଗୋଇ ଆଇନଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିପାରନ୍ତି।

publive-image Image Courtesy of OneIndia

ରାୟ ପ୍ରକାଶ ପାଇବା ପରେ ଯେମିତି ଉତ୍ତର ପ୍ରଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ରହେ ସେ ବିଷୟରେ ନିଶ୍ଚିତ ହେବାକୁ ପ୍ରଧାନ ବିଚାରପତି ଗୋଗୋଇ ରାଜ୍ୟର ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

ଗତ ବିଳମ୍ବିତ ରାତ୍ରୀରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଶୀର୍ଷସ୍ତରୀୟ ବେସାମରିକ ଏବଂ ପୁଲିସ ଅଧିକାରୀ, ଡିଭିଜନାଲ୍‌ କମିସନର୍‌ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe