ଜଷ୍ଟିସ ୟୁୟୁ ଲଲିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି, ୭୪ଦିନ ହେବ କାର୍ଯ୍ୟକାଳ

ଜଷ୍ଟିସ ୟୁୟୁ ଲଲିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି, ୭୪ଦିନ ହେବ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଲିତ(ୟୁୟୁ ଲଲିତ) ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ଜଷ୍ଟିସ ୟୁୟୁ ଲଲିତଙ୍କୁ ଉତ୍ତରାଧିକାରୀ ଭାବେ ଚୟନ କରିଛନ୍ତି ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା। ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା ଚଳିତ ମାସ ୨୬ ତାରିଖରେ ଅବସର ଗ୍ରହଣ କରିବେ । ଏହା ପୂର୍ବରୁ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ ଭାରତ ସରକାର । ଆଜି ପ୍ରଧାନ ବିଚାରପତି ଏନଭି ରମନ୍ନା ଜଷ୍ଟିସ ୟୁୟୁ ଲଲିତଙ୍କୁ ଉତ୍ତରାଧିକାରୀ ବାଛିବା ପରେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ ସେ ପ୍ରଶ୍ନର ଉତ୍ତର ମିଳିଯାଇଛି।

ବୁଧବାରଦିନ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ସଚିବାଳୟକୁ ଏକ ପତ୍ର ପଠାଯାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କରିବାକୁ କୁହାଯାଇଥିଲା। ବରିଷ୍ଠତା ଭିତ୍ତିରେ ଜଷ୍ଟିସ ରମନ୍ନାଙ୍କ ତଳକୁ ରହିଥିଲେ ଜଷ୍ଟିସ ଉଦୟ ଉମେଶ ଲଳିତ । ଏଣୁ ପ୍ରଚଳିତ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ନୂଆ ପ୍ରଧାନ ବିଚାରପତି ପଦ ପାଇଁ ତାଙ୍କ ନାମ ସୁପାରିସ କରିବାର ସମ୍ଭାବନା ରହିଥିଲା। ତେବେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ କାର୍ଯ୍ୟଦିବସ କେବଳ ୭୪ଦିନର ହେବ। ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ନେବେ। ଗତ ବର୍ଷ ଏପ୍ରିଲରେ ଏସ ଏ ବବଦେଙ୍କ ପରେ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ରମନ୍ନାଙ୍କ କାର୍ଯ୍ୟକାଳ ୧୬ମାସରୁ ଅଧିକ ଥିଲା।

ତେବେ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଲଲିତଙ୍କ ତଳେ ଅଛନ୍ତି ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ । ଏଣୁ ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe