“ଭାରତରେ ମିଶିବା ଅର୍ଥ ହେଉଛି ଜମ୍ମୁ-କଶ୍ମୀର ନିଜର ସାର୍ବଭୌମତ୍ୱ ଭାରତକୁ ସମର୍ପଣ କରିଛି”  କଶ୍ମୀର ସମ୍ପର୍କରେ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ

Advertisment
ସୁପ୍ରିମ୍‌କୋର୍ଟଙ୍କ ଭିତ୍ତିଭୂମି ଦାବିକୁ ସରକାର ଗୁରୁତ୍ବର ସହ ନେଇଛନ୍ତି: ସିଜେଆଇ

Image Courtesy of Oneindia

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ସମ୍ବିଧାନର ଧାରା ୩୭୦ ପ୍ରତ୍ୟାହାର କରି ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣିର ପଞ୍ଚମ ଦିନରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ମିଶିବା ପରେ ଜମ୍ମୁ-କଶ୍ମୀରର ସାର୍ବଭୌମତ୍ୱ ଶେଷ ହୋଇଯାଇଛି। ଏହା ସତ ଯେ ସଂସଦ ରାଜ୍ୟର କେତେକ ପ୍ରସଙ୍ଗରେ ଆଇନ ପ୍ରଣୟନ କରିପାରିଲା ନାହିଁ, କିନ୍ତୁ ଏହା ଭାରତ ସହ ଜମ୍ମୁ-କଶ୍ମୀରର ସମ୍ପର୍କକୁ ପ୍ରଭାବିତ କରେ ନାହିଁ। ଭାରତରେ ମିଶିବା ଅର୍ଥ ହେଉଛି ଜମ୍ମୁ-କଶ୍ମୀର ନିଜର ସାର୍ବଭୌମତ୍ୱ ଭାରତକୁ ସମର୍ପଣ କରିଛି।

ଜମ୍ମୁ-କଶ୍ମୀର ବାର୍ ଆସୋସିଏସନ୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜାଫର ଶାହାଙ୍କ ଯୁକ୍ତି ଶୁଣିବା ଅବସରରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜାଫର କହିଥିଲେ ଯେ, ସଂସଦରେ ଗୃହୀତ ସମସ୍ତ ଆଇନ ସେଠାରେ ଲାଗୁ ହୋଇପାରିବ ନାହିଁ।

ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଏହି ଶୁଣାଣି ସମୟରେ ଜଷ୍ଟିସ ସଂଜୟ କିଷନ କୌଲ କହିଥିଲେ ଯେ ଏହା କୁହାଯିବା ଭୁଲ ହେବ ଯେ, ଧାରା ୩୭୦ କେବେ ହଟିପାରିବ ନାହିଁ । କିନ୍ତୁ ଆମକୁ ଦେଖିବାକୁ ହେବ ଯେ ଧାରା ୩୭୦ ହଟାଇବା ବେଳେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଇଥିଲା ନା ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe