(Photo credit: IANS)
ନୂଆଦିଲ୍ଳୀ: ଯୌନ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ସୋମବାର କ୍ଲିନ୍ଚିଟ୍ ପ୍ରଦାନ କରାଯାଇଛି। ଦେଶର ପ୍ରଧାନବିଚାରପତିଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗର ତଦନ୍ତ କରି ଜଷ୍ଟିସ୍ ଏସ୍.ଏ.ବେବଦେଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଇନ୍-ହାଉସ୍ କମିଟି ଜଷ୍ଟିସ୍ ଗୋଗଇଙ୍କୁ ସଂପୂର୍ଣ୍ଣ ରୂପେ ଦୋଷମୁକ୍ତ କରିଛନ୍ତି।
ଏହି କମିଟିରେ ସୁପ୍ରିମ କୋର୍ଟର ମହିଳା ବିଚାରପତି ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀ ମଧ୍ୟ ଏହି କମିଟିର ସଦସ୍ୟା ଥିଲେ। କମିଟି ତଦନ୍ତ କରି ଯୌନ ଉତ୍ପୀଡ଼ନ ମାମଲାରେ ଜଷ୍ଟିସ୍ ଗୋଗଇଙ୍କ ବିରୋଧରେ କୌଣସି ପ୍ରମାଣ ମିଳିପାରି ନାହିଁ ବୋଲି ରିପୋର୍ଟରେ ଦର୍ଶାଇଛନ୍ତି।
ଉଲ୍ଲେଖଯୋଗ୍ୟ, ସୁପ୍ରିମ୍କୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ଜଷ୍ଟିସ୍ ଗୋଗଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଆଣି ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ଏକ ପତ୍ର ଲେଖିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାର ତଦନ୍ତ କରିବା ପାଇଁ ଏକ ଇନ୍-ହାଉସ୍ କମିଟି ଗଠନ ହୋଇଥିଲା।
Follow Us