ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପରେ ଖଣ୍ଡପୀଠରେ ଥିବା ଅନ୍ୟ ୪ ବିଚାରପତିଙ୍କୁ ପଞ୍ଚତାରକା ହୋଟେଲ୍‌ରେ ରାତ୍ର ଭୋଜନ ଦେଲେ ମୁଖ୍ୟ ବିଚାରପତି

ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପରେ ଖଣ୍ଡପୀଠରେ ଥିବା ଅନ୍ୟ ୪ ବିଚାରପତିଙ୍କୁ ପଞ୍ଚତାରକା ହୋଟେଲ୍‌ରେ ରାତ୍ର ଭୋଜନ ଦେଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଐତିହାସିକ ଅ‌ଯୋଧ୍ୟା ରାୟର ଶୁଣାଣି ପରେ ଖୁସି ମନାଇବା ପାଇଁ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅଯୋଧ୍ୟା ରାୟ ପାଇଁ ଗଠିତ ଖଣ୍ଡପୀଠରେ ତାଙ୍କ ସହ ଥିବା ଆଉ ୪ ଜଣ ବିଚାରପତିଙ୍କୁ ରାତ୍ରଭୋଜନରେ ଆପ୍ୟାୟିତ କରିଛନ୍ତି।  ପରବର୍ତ୍ତୀ ମୁଖ୍ୟ ବିଚାରପତି ଏସ୍‌ ଏ ବୋବ୍‌ଡେ, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍‌ ଏସ୍‌ଏ ନଜିର୍‌ ଏହି  ଖଣ୍ଡପୀଠରେ ଗୋଗଇଙ୍କ ସହଯୋଗୀ ଥିଲେ।

publive-image

ଶନିବାର ରାଜଧାନୀ  ଦିଲ୍ଲୀର ତାଜ୍‌ ମାନସିଂ ହୋଟେଲ୍‌ରେ ଗୋଗୋଇ ତାଙ୍କ ସହ ଖଣ୍ଡପୀଠରେ ଥିବା ଅନ୍ୟ ୪ ବିଚାରପତିଙ୍କୁ ରାତ୍ର ଭୋଜନ ଦେଇଥିବା ସୂଚନା ରହିଛି।

ଚଳିତବର୍ଷ ଅଗଷ୍ଟ ୬ ତାରିଖରେ ଅଯୋଧ୍ୟା ବିବାଦକୁ ନେଇ ଶୁଣାଣି ଆରମ୍ଭ ହେବା ପରଠାରୁ କାମ ଚାପରେ ରହିଥିବା ଏହି ୫ ବିଚାରପତିଙ୍କୁ ସାମାନ୍ୟ ବିରତି ଦେବା ଉଦ୍ଦେଶ୍ୟରେ ଗୋଗୋଇ ଏପରି ଏକ ଯୋଜନା କରିଛନ୍ତି। ଦୀର୍ଘ ୪୦ ଦିନ ଧରି ଅଦାଲତରେ ଅଯୋଧ୍ୟା ବିବାଦର ଶୁଣାଣି ହେବା ପରେ ଶେଷରେ ଅକ୍ଟୋବର ୧୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ଅଦାଲତ। ଆଜି ସେହି ଐତିହାସିକ ରାୟ ଘୋଷଣା ହୋଇ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣକୁ ସବୁଜ ସଂକେତ ମିଳିବା ପରେ ଦେଶବାସୀଙ୍କ ପାଇଁ ଚିର ସ୍ମରଣୀୟ ପାଲଟିଛି ନଭେମ୍ବର ୯ ତାରିଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe