ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଆଗରେ ଓକିଲାତି କରୁଥିଲି, ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ଦାୟିତ୍ବ ଦେଇ ଯାଉଛି : ବିଦାୟୀ ପ୍ରଧାନ ବିଚାରପତି

Advertisment
ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଆଗରେ ଓକିଲାତି କରୁଥିଲି, ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ଦାୟିତ୍ବ ଦେଇ ଯାଉଛି : ବିଦାୟୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ସୋମବାର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ ୟୁୟୁ ଲଲିତଙ୍କ ଶେଷ କାର୍ଯ୍ୟଦିବସ ଥିଲା । ଶେଷ ଦିବସରେ ଜଷ୍ଟିସ ଲଲିତ ଏପରି ଏକ କଥା କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି ।

ଜଷ୍ଟିସ ଲଳିତ କହିଥିଲେ ଯେ ଯେତେବେଳେ ସେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟକୁ ଓକିଲ ଭାବେ ଆସିଥିଲେ, ସେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସମ୍ମୁଖରେ ଛିଡ଼ା ହୋଇ ମାମଲା ଲଢୁଥିଲେ ଏବଂ ବର୍ତ୍ତମାନ ଯେତେବେଳେ ସେ ଅବସର ନେଉଛନ୍ତି, ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ( ପ୍ରଧାନ ବିଚାରପତି) ଦାୟିତ୍ବ ହସ୍ତାନ୍ତର କରୁଛନ୍ତି ।

ପ୍ରଧାନ ବିଚାରପତିଙ୍କ କହିବାର ଅର୍ଥ ହେଉଛି ସେ ଯେତେବେଳେ ଓକିଲାତି କରୁଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପିତା ଜଷ୍ଟିସ ଓ୍ବାଇ.ଭି.ଚନ୍ଦ୍ରଚୂଡ଼ ପ୍ରଧାନ ବିଚାର ପତି ଥିଲେ । ପୁଣି ସେ ଯେତେବେଳେ ଅବସର ନେଉଛନ୍ତି ନୂଆ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଓ୍ବାଇ.ଭି.ଚନ୍ଦ୍ରଚୂଡ଼ଙ୍କ ପୁତ୍ର ଡିଓ୍ବାଇ ଚନ୍ଦ୍ରଚୂଡ଼ ।

ସମ୍ବିଧାନ ବେଞ୍ଚ ସମ୍ପର୍କରେ ଜଷ୍ଟିସ ଲଳିତ କହିଛନ୍ତି ଯେ ତିନୋଟି ସମ୍ବିଧାନ ବେଞ୍ଚର ଏକକାଳୀନ ଶୁଣାଣି ହେବା ଦେଖି ଅତ୍ୟନ୍ତ ସନ୍ତୁଷ୍ଟ। ମୁଁ ଏହି ଗୌରବମୟ ଅଦାଲତକୁ ବହୁତ ସନ୍ତୋଷର ସହିତ ଛାଡୁଛି ।

ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପିତା ଓ୍ବାଇ.ଭି. ଚନ୍ଦ୍ରଚୂଡ଼ ଦେଶର ସର୍ବାଧିକ ସମୟ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିଲେ । ତାଙ୍କ କାର୍ଯ୍ୟକାଳ ୭ ବର୍ଷ ଥିଲା । ସେ ୧୯୭୮ରୁ ୧୯୮୫ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe