India TV News
ନାଗପୁର: ଠକାମିର ଶିକାର ହେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବବଡେଙ୍କ ମା' ମୁକ୍ତା ବବଡେ | ତାଙ୍କ ସମ୍ପତ୍ତିର ଦେଖାଶୁଣା କରୁଥିବା ଜଣେ ବ୍ୟକ୍ତି ୨.୫କୋଟି ଟଙ୍କା ଠକି ନେଇଥିବା କହିଛି ପୁଲିସ | ତେବେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ମଙ୍ଗଳବାର ଗିରଫ କରିବାରେ ସଫଳ ହୋଇଛି | ଅଭିଯୁକ୍ତର ନାଁ ତାପସ ଘୋଷ (୪୯) ବୋଲି ଜଣାପଡ଼ିଛି | ନାଗପୁର ପୁଲିସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଡିସିପି ବିନିତା ସାହୁଙ୍କ ତତ୍ୱାବଧାନରେ ଏହି ଘଟଣାର ତଦନ୍ତ କରୁଛି।
The Economic Timesଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ନିଜ ଘର ପାଖରେ ବବଡେଙ୍କ ପରିବାରର 'ସିଡନ୍ ଲନ୍' ନାମକ ଏକ ଜାଗା କିଣିଥିବା ବେଳେ ଏହାକୁ ବଡ ବଡ କାର୍ଯ୍ୟକ୍ରମ ପାଇଁ ଭଡ଼ାରେ ଦେଉଥିଲେ | 'ସିଡନ୍ ଲନ୍'ଟି ପ୍ରଧାନ ବିଚାରପତିଙ୍କ ମା' ମୁକ୍ତା ବବଡେଙ୍କ ନାଁରେ ଥିବା ବେଳେ ଏହାର ଦେଖାଶୁଣା ଦାୟିତ୍ୱ ସେ ତାପସ ଘୋଷଙ୍କୁ ଦେଇଥିଲେ | ଦୀର୍ଘ ୧୦ବର୍ଷ ହେଲାଣି ତାପସ 'ସିଡନ୍ ଲନ୍'ର ଦେଖାଶୁଣା କରୁଥିଲେ ଏବଂ ଆୟବ୍ୟୟ ଉପରେ ନଜର ରଖୁଥିଲେ | ପ୍ରଥମେ ସେ ସବୁ ଠିକ ଭାବରେ କରୁଥିବା ବେଳେ ମୁକ୍ତା ବବଡେଙ୍କ ବଢୁଥିବା ବୟସର ଲାଭ ଉଠାଇ ସେ ଟଙ୍କା ହେରଫେର କରିବା ଆରମ୍ଭ କରିଥିଲେ | ଏଭଳି କରି ସେ ୨.୫କୋଟି ତାଙ୍କ ଠକି ନେଇଥିବା ଜଣାପଡ଼ିଛି | ଏ ନେଇ ମଙ୍ଗଳବାର ଏତଲା ଦିଆଯିବ ପରେ ପୁଲିସ ତାପସଙ୍କୁ ଗିରଫ କରିଛି |
Follow Us