ନୂଆଦିଲ୍ଲୀ : ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍ୟୁ) ପରିସରରେ ଗୁରୁବାର ଦିନ ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଘଟଣାରେ ୨ ଜଣ ଛାତ୍ର ଆହତ ହୋଇଛନ୍ତି। ବ୍ୟକ୍ତିଗତ ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଖବର ପାଇ ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସ୍ଥିତି ନିୟନ୍ତ୍ରଣ କରିଥିଲା। ମାମଲାରେ କେହି ଗିରଫ ହୋଇନାହାନ୍ତି ବୋଲି ପୁଲିସ କହିଛି।
ପୁଲିସ ଅନୁଯାୟୀ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ କିଛି ବ୍ୟକ୍ତିଗତ କାରଣ ପାଇଁ ବଚସା ହେବା ପରେ ସଂଘର୍ଷ ହୋଇଥିଲା। ଜେଏନ୍ୟୁ ପରିସରରେ ଛାତ୍ରମାନେ ଲାଠି ଏବଂ ବାଡ଼ି ଧରି ଚାଲୁଥିବାର ଏକ ଭିଡିଓ ଜାରି ହୋଇଛି। ଦକ୍ଷିଣପଶ୍ଚିମ ଡିସିପି ମନୋଜ ସି କହିଛନ୍ତି, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ନର୍ମଦା ହଷ୍ଟେଲ ନିକଟରେ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ନେଇ ପିସିଆର କଲ୍ ହୋଇଥିଲା।
Follow Us