ମଣିପୁରରେ ୨ ଗାଁ ମଧ୍ୟରେ ସଂଘର୍ଷ: ଗୁଳିମାଡ଼ରେ ୩ ମୃତ, ୩୦ ଆହତ

ମଣିପୁରର ଉଖରୁଲ ଜିଲ୍ଲାରେ ବୁଧବାର ଦୁଇ ନାଗା ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପ୍ରବଳ ସଂଘର୍ଷ ସୃଷ୍ଟି ହେବାରୁ ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି।

dggjdgjdgjdg

ETV Bharat

ଇମ୍ଫାଲ: ମଣିପୁରର ଉଖରୁଲ ଜିଲ୍ଲାରେ ବୁଧବାର ଦୁଇ ନାଗା ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପ୍ରବଳ ସଂଘର୍ଷ ସୃଷ୍ଟି ହେବାରୁ ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମଣିପୁର ରାଇଫଲ୍ସର ଜଣେ ଯବାନ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଆହତମାନେ ହୁନ୍‌ଫୁନ୍‌  ଓ ହୁଙ୍ଗପୁଙ୍ଗ ଗ୍ରାମର ବୋଲି ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ପ୍ରାୟ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଜଧାନୀ ଇମ୍ଫାଲର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଯୁବକ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି।

ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଗ୍ରାମ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ରାଜ୍ୟ ସରକାର ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରିଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ହେବ ଏହି ଦୁଇ ଗାଁ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି ଏବଂ ଉଗ୍ରପନ୍ଥୀମାନେ ଏଥିରେ ହସ୍ତକ୍ଷେପ କରବାରୁ ମାମଲା ଜଟିଳ ହୋଇଛି।  ଦୁଇ ଦିନ ତଳେ ଗୋଟିଏ ଗାଁରେ ହୋଇଥିବା ଆକ୍ରମଣରେ ୪ଟି ଘର କ୍ଷତିଗ୍ରସ୍ତ ହୋଇଥିବାରୁ ଉତ୍ତେଜନା  ବଢିଯାଇଥିଲା।  ଆଜି ସକାଳେ  ପୁଲିସ ପ୍ରଶାସନ ବିଏନ୍ଏସ୍ଏସ୍ ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି କରି ଲୋକଙ୍କ ବାସଭବନ ବାହାରେ ଗମନାଗମନ ଉପରେ କଟକଣା ଜାରି କରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe